oom

ବିଶ୍ଲେଷଣ ପାକ୍ଷିକ ଖବର କାଗଜର ୪ର୍ଥ ସ୍ୱନକ୍ଷତ୍ର ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ଲେଷଣ ପାକ୍ଷିକ ଖବର କାଗଜର ୪ର୍ଥ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ମଂଟେସୋରୀ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । ବିଶ୍ଲେଷଣର ସଂପାଦକ ରାଜେଶ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭବ୍ୟ ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ମ୍ୟୁନିସିପାଲିଟି ପୌରାଧ୍ୟକ୍ଷା ଲିକା ସାହୁ, ସମ୍ମାନିତ ଅତିଥି ଭାବରେ ବ୍ଲକ ଚେୟାରପାର୍ସନ ସରିତା ବାଗ, କବି ତଥା ଆଇନଜୀବୀ ଶୁଭ୍ରାଂଶୁ ଶେଖର ପଣ୍ଡା, ରେଡକ୍ରସ କର୍ମୀ ତଥା ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ, ମଂଟେସୋରୀ ପବ୍ଲିକ ସ୍କୁଲର ଚେୟାରପାର୍ସନ ବିରେନ୍ଦ୍ର ନାରାୟଣ ଉଦ୍‌ଗାତା ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସୋସିଆଲ ମିଡିଆ ସମାଜରେ ପ୍ରିଣ୍ଟ ମିଡିଆର ଭୂମିକା ଓ ଆବଶ୍ୟକତା ବିଷୟରେ ମତବ୍ୟକ୍ତ କରିଥିଲେ । ସତ୍ୟନାରାୟଣ ପାଣିଗ୍ରାହୀ ମଂଚ ପରିଚାଳନା କରିଥିଲେ । ସଭା ଆରମ୍ଭରେ ଜାଗୃତି ଶତପଥି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଅତିଥିମାନଙ୍କୁ ସ୍କୁଲର ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ପଦ୍ମିନୀ ନାୟକ ଓ କସ୍ତୁରୀ ରଥ ଉପଢୌନ ପ୍ରଦାନ କରି ସମ୍ମାନୀତ କରିଥିଲେ । ସ୍ଥାନୀୟ ମାଲପଡାର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଦିବାକର ହୋତାଙ୍କୁ ସମାଜସେବାରେ ପାରଦର୍ଶିତା ଯୋଗୁଁ ବିଶ୍ଲେଷଣ ତରଫରୁ ଅତିଥି ବୃନ୍ଦ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷ ପର୍ଯ୍ୟାୟରେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ଏଥିରେ କବିତା ମିଶ୍ର, ତପସ୍ୱିନୀ ପଶାୟତ, ନିଳାଦ୍ରୀ ପାଣିଗ୍ରାହୀ, ଧର୍ମବ୍ରତ ରଥ, ପ୍ରଶାନ୍ତ ଯୋଷୀ, ଡା. ପ୍ରେମଚନ୍ଦ ମହାନ୍ତିଙ୍କ ସମେତ ଅନ୍ୟ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ସଂଗୀତ, ଡିବେଟ, ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ସାର୍ଟିଫିକେଟ ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ସାମ୍ବାଦିକ ଆକୁଳ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭୁତି ଶତପଥି ଓ ହୃଷିକେଶ ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ କବୟିତ୍ରୀ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.