centurian jitm

ଶୁଣିଲେନି ଗୁହାରୀ ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ମାରିଦେଲେ

nschool

ଢେଙ୍କାନାଳ : ଗତକାଲି ବିଳମ୍ବିତ ଟିଟନ ନାମକ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାତି ପ୍ରାୟ ୧୧ଟା ଟିଟନ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ । ବୀଭତ୍ସ, ବର୍ବର ଗୁଳି ମାରିଲେ, ନ ମରିବାରୁ ଗୋଡ଼େଇ ଗୋଡ଼େଇ ପଥରରେ ଛେଚି ହତ୍ୟା କଲେ । ଏଭଳି କିଛି ଛାତିଥରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାରିଗର ସାହିରେ । ମୃତ ଯୁବକ ଜଣଙ୍କ ହେଲେ ମହେଶ୍ୱର ବେହେରା ଓରଫ ଟିଟନ। ଗତକାଲି ବିଳମ୍ବିତ ଟିଟନ ନାମକ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାତି ପ୍ରାୟ ୧୧ଟା ଟିଟନ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ ଟିଟନଙ୍କ ଗୋଡରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ବାଇକରୁ ଖସି ପଡ଼ିଥିଲେ । ଘର ପାଖରେ ଅପରାଧ ଘଟିଥିବାରୁ ଗୁଳି ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ଦୌଡ଼ି ଆସିଥିଲେ । ଟିଟନ ଜୀବନ ବିକଳରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କୁ ସେଠାରୁ ଘୋଷାଡ଼ି, ଘୋଷାଡ଼ି ନେଇ ହତ୍ୟା କରିଥିଲେ । ସ୍ତ୍ରୀ ମଧ୍ୟ ନିଜ ସ୍ୱାମୀଙ୍କୁ ରକ୍ଷା କରିବା ପାଇଁ ବହୁତ ଚେଷ୍ଟା କରିଥିଲେ, ଦୁର୍ବୃତ୍ତଙ୍କ ପାଖରେ ମଧ୍ୟ ନେହୁରା ହୋଇଥିଲେ । ହେଲେ ଦୁର୍ବୃତ୍ତମାନେ ତାଙ୍କୁ କଥା ଶୁଣି ନଥିଲେ । ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିଲେ । ପରେ ସେଠାରୁ ଚମ୍ପଟ ମାରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । କାରଣ ଗୋଟିଏ ମାସ ପୂର୍ବରୁ ଟିଟନଙ୍କୁ ଆକ୍ରମଣ କରି ଦୁବୃର୍ତ୍ତ ମାନେ ତାଙ୍କ ହାତ ଭାଙ୍ଗିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.