ଭଦ୍ରକ : ଭଦ୍ରକ ଜିଲ୍ଲା କସିଆ ସାମୁଦ୍ରିକ ଥାନା ପାରାପୋଖରୀ ଗାଁରେ ଅଭାବନୀୟ ଘଟଣା । ଶନିବାର ମଧ୍ୟରାତ୍ରରେ ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଛି । ମୃତ ମହିଳା ଗୋପୀନାଥ ଜେନାଙ୍କ ସ୍ତ୍ରୀ ଗୁରୁବାରୀ (୪୦ ବର୍ଷ)ବୋଲି ଜଣାପଡିଛି । ସୂଚନା ମୁତାବକ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା । ହେଲେ ଶନିବାର ମଧ୍ୟ ରାତ୍ରରେ କୌଣସି କାରଣ ପାଇଁ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ମୁଣ୍ଡ ଓ ମୁହଁରେ ଆଘାତ କରି ଫେରାର ହୋଇଯାଇଥିଲା ସ୍ୱାମୀ । ପୁଅ ବଳରାମ ସକାଳେ ମାଆ ମରିଯାଇଥିବା ଦେଖି ପରିବାରର ଅନ୍ୟ ସଦସ୍ୟଙ୍କୁ ଖବର କରିଥିଲେ । ପରେ ଖବର ପାଇ ଥାନାଧିକାରିଣୀ ସାବିତ୍ରୀ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ଏହା ସହ ଘଟଣାର ତଦନ୍ତ କରୁଛନ୍ତି ।
