oom

ସ୍ୱଳ୍ପ ସଂଚୟ ଅଭିକର୍ତ୍ତାମାନଙ୍କ ଏକ ଦିବସୀୟ ଅଭିମୁଖୀକରଣ ଶିବିର ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ବଲାଙ୍ଗିର ଜିଲ୍ଲାର ସମସ୍ତ ସ୍ୱଳ୍ପ ସଂଚୟ ଅଭିକର୍ତ୍ତାମାନଙ୍କ ଏକ ଦିବସୀୟ ଅଭିମୁଖୀକରଣ ଶିବିର ଜିଲ୍ଲାପାଳ ଚଂଚଳ ରାଣାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱଳ୍ପ ସଂଚୟ ସଂଗଠନ, ଅର୍ଥ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିଭାଗର ଓଏସ୍‌ଡି ବିଜୟ କୁମାର ଶତପଥି ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ ମାଷ୍ଟର ସୁବାସ ଷଢ଼ଙ୍ଗୀ ଓ ସେଣ୍ଟ୍ରାଲ ଡିଭିଜନ ଅତିରିକ୍ତ ସହକାରୀ ଡାକ ଅଧିକ୍ଷକ ଭରତ ଜାଲି, ସାଇବର କ୍ରାଇମ ଏଣ୍ଡ୍‌ ଇକୋନମିକ ଓଫେନ୍ସ୍‌ ଥାନାର ଇନ୍ସପେକ୍ଟର କମଳଲୋଚନ ବେହେରା ଯୋଗଦେଇ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାଇବର ଠକେଇ ତଥା ଅନ୍ୟ ଆର୍ଥିକ ଠକେଇ ଉପରେ ଏଜେଣ୍ଟ ମାନଙ୍କୁ ତାଲିମ ଦେଇଥିଲେ । ଏହି ଏଜେଣ୍ଟ ମାନେ ପରବର୍ତ୍ତି ସମୟରେ ଏହି ସବୁ ବିଷୟ ଉପରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ନିବେଦନ କରିଥିଲେ । ଅପରାହ୍ନ ଅଧିବେଶନରେ ଏଲଡିଏମ୍‌ ମନିଷ ମିଶ୍ର, ଫାଇନାନ୍‌ସିଆଲ ଲିଟେରେସି କାଉନ୍‌ସିଲର ଓମ୍‌ ପ୍ରକାଶ ମୁଣ୍ଡ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପିଜି କାଉନ୍‌ସିଲ ଅଧ୍ୟକ୍ଷ ରବିଶଙ୍କର ପାଣ୍ଡିଆ ଯୋଗଦେଇ ଆର୍ଥିକ ସାକ୍ଷରତା ବିଷୟରେ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରମୁଖ ଏଜେଣ୍ଟ ମାନଙ୍କୁ ଜିଲ୍ଲାପାଳ ସମ୍ମାନିତ ଦେଇଥିଲେ । ସମ୍ମାନିତ ହୋଇଥିବା ଏଜେଣ୍ଟମାନେ ହେଲେ କଣ୍ଟାବାଞ୍ଜିର କିରଣ ଦେବୀ, ବଲାଙ୍ଗିର ସ୍ମିତା ପଟ୍ଟନାୟକ, ସୁଜାତା ପଟ୍ଟନାୟକ, ନାରାୟଣ ଆଚାର୍ଯ୍ୟ, ସୁରଜିତ ପଟ୍ଟନାୟକ, ଦୁର୍ଗାମାଧବ ପଟ୍ଟନାୟକ, ଗଣେଶ ଚନ୍ଦ୍ର ବ୍ରହ୍ମା, ଟିଟିଲାଗଡ଼ର ଆରତି ରାଉତ, ସରୋଜ ଫରିକାର, ପ୍ରଦୀପ କୁମାର ରାଉତ, ରିଙ୍କି ରାଉତ, ପ୍ରିୟଙ୍କା ବେହେରା, ସଂଯୁକ୍ତା ମେହେର, ବିଣାପାଣୀ ବେହେରା, ସୁନିତା ପଧାନ ଓ ଅନିତା ଥନାପତି । ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିଭାଗର ଓଏସ୍‌ଡି ବିଜୟ କୁମାର ଶତପଥି ।

jittmm
Leave A Reply

Your email address will not be published.