oom

ନୂତନ ଭାବେ ଯୋଗ ଦେଇଥିବା ଏସଡିପିଓଙ୍କୁ ସ୍ୱାଗତ ସର୍ମ୍ବଦ୍ଧନା

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଡ. ହୃଷିକେଶ ମେହେର ଯୋଗ ଦେଇଛନ୍ତି । କଣ୍ଟାବାଞ୍ଜି ବିଭିନ୍ନ ଅନୁଷ୍ଠାନ ଏବଂ ରାଜନୈତିକ ଦଳ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜାଙ୍କ ନେତୃତ୍ୟରେ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ଉପସଭାପତି ମନୋଜ ଶର୍ମା, ପରାମର୍ଶଦାତା ଆନନ୍ଦ ମୋଟେ, ଆଶିଷ ଖଇତାନ, କାର୍ଯ୍ୟକାରୀ ସଦସ୍ୟ ରୋହନ ମହତ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ମେହେରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ପ୍ରେସ କ୍ଲବ କଣ୍ଟାବାଞ୍ଜି ତଥା ଆଖପାଖ ଅଂଚଳରେ ସମାଜ ସେବାରେ ନିୟୋଜିତ ଥିବା କଥା ଜାଣିବା ପରେ ଏସଡିପିଓ ଶ୍ରୀ ମେହେର ଏଭଳି ସମାଜ ସେବା କାମ ଆଗକୁ ମଧ୍ୟ ଜାରି ରଖନ୍ତୁ ବୋଲି ଖୁସି ବ୍ୟକ୍ତ କରିଥିଲେ । ସହରରେ ଦେଖାଯାଇଥିବା ଆଇନ ଶୃଙ୍ଖଳା ଉପରେ ମଧ୍ୟ କିଛି ସମୟ ଆଲୋଚନା କରାଯାଇଥିଲା । ଏସଡିପିଓ ଶ୍ରୀ ମେହେର କଣ୍ଟାବାଞ୍ଜି ପୁର୍ବରୁ ଓଡିଶା ଷ୍ଟେଟ ଏଚ୍‌ଆର୍‌ପିସି, କଟକ ଡିଏସ୍‌ପି ଭାବେ ନିଜର ଦାୟିତ୍ୱ ତୁଳାଉଥିଲେ । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଶ୍ରୀ ମେହେର ଏସଆଇ ଭାବେ କଣ୍ଟାବାଞ୍ଜି ଥାନାରେ ରହିଥିବା ବେଳେ ଆଖ ପାଖ ଅଂଚଳରେ ଥାନା ଅଧିକାରୀ ଭାବେ ନିଜର ଦାୟିତ୍ୱ ସୁଚାରୁ ରୂପେ ସଂପାଦନ କରି ଆସିଛନ୍ତି । ପୋଲିସ ସବୁ ସମୟରେ ଜନସାଧାରଣଙ୍କ ସେବା କରିବା ଦିଗରେ କାମ କରୁଛି । ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ କାର୍ଯ୍ୟ କରିବେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଥିଲେ ।

jittmm
Leave A Reply

Your email address will not be published.