ୟୁଥ ଫର ଆକ୍ସନ ପକ୍ଷରୁ ବିଡ଼ିଓ ଓ ତହସିଲଦାରଙ୍କୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଦ୍ଵାରା ପ୍ରତିଷ୍ଠିତ ଅଣ ରାଜନୈତିକ ସଙ୍ଗଠନ ‘ୟୁଥ ଫର ଆକ୍ସନ ପକ୍ଷରୁ ଡେଲାଙ୍ଗ ବ୍ଲକ ନବ ନିଯୁକ୍ତ ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଓ ତହସିଲଦାର ସୁଶ୍ରୀ ନିବେଦିତା ପରିଡାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରଯାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ସଂଗଠନର ପୂର୍ବ ଓଡ଼ିଶା ଜୋନର ସମ୍ପାଦକ ପ୍ରେମ ରଞ୍ଜନ ସ୍ୱାଇଁ, ପୁରୀ ଜିଲ୍ଲା ସଭାପତି ତାପସ ରଞ୍ଜନ ନାୟକ, ଡେଲାଙ୍ଗ ଶାଖାର ସମ୍ପାଦକ ସଚିକାନ୍ତ ବାରିକ, ଯୁବନେତା ରାଧାମୋହନ ସମେତ ପଞ୍ଚାୟତ ପ୍ରମୁଖ ତପନ ମାର୍ଥା, ସଞ୍ଜୟ ସ୍ବାଇଁ, ଶିବ ବାରିକ, ରବିନ୍ଦ୍ର ପରିଡା, ଶିବାନନ୍ଦ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.