ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭାରତୀୟ ଜନତା ପାର୍ଟି ଅମ୍ବାଦଳା ମଣ୍ଡଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା । ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ରାୟଗଡ଼ା ଜିଲ୍ଲା ଗସ୍ତ ସମୟରେ ଅମ୍ବାଦଳା ମଣ୍ଡଳର ଶତାଧିକ ବିଜେପି କର୍ମୀ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଅମ୍ୱାଦଳା ଅଞ୍ଚଳର ମୁଖ୍ୟ ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଅମ୍ୱାଦଳା ଅଞ୍ଚଳବାସୀ ଅମ୍ୱାଦଳା ଠାରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିର୍ମାଣ ସହ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଏକ ଦାବୀପତ୍ର ପ୍ରଦାନ କରିଥିବା ବେଳେ ଉପାନ୍ତ ଅଞ୍ଚଳ ରଘୁବାରି ଅଞ୍ଚଳରେ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ରଘୁବାରି ଅଞ୍ଚଳବାସୀ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅଞ୍ଚଳର ସ୍ଵାସ୍ଥ୍ୟ ସମସ୍ୟା ନେଇ ଅଞ୍ଚଳବାସୀ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ଅମ୍ବାଦଳା ମଣ୍ଡଳ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।