୧୭ ବର୍ଷ ପରେ ସୀମାରୁ ଫେରିଲେ ଯବାନ ଅଗସ୍ତି : ଜନ୍ମ ମାଟିରେ ଭବ୍ୟ ସ୍ୱାଗତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦେଶର ସୁରକ୍ଷା ପାଇଁ ଅନେକ ଯବାନ ନିଜର ଜୀବନକୁ ବାଜିରେ ଲଗାଇ ଶତୃଙ୍କ ସହ ଯୁଦ୍ଧ କରି କେତେ ବେଳେ ସେହି ସ୍ଥାନରେ ମୃତ୍ୟୁ ହୋଇ ଯାଏତ ଆଉ କିଏ ସୁରକ୍ଷା ବଳରେ ନିଜର ଭିଟା ମାଟିକୁ ଫେରିଥାଏ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭଦ୍ରା ପଞ୍ଚାୟତ ମହଗାଁର ଅଗସ୍ତି ବାଗ ଜଣେ ଯବାନ ଭାବେ ଦାୟିତ୍ୱ ଶେଷ କରି ୧୭ ବର୍ଷ ପରେ ନିଜ ଘରକୁ ଫେରିଥିବାରୁ ଗ୍ରାମବାସୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଗୀତ ନାଚ ମାଧ୍ୟମରେ ତାଙ୍କୁ ସ୍ବାଗତ କରାଯାଇ ଥିବା ବେଳେ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ବାପା ବ୍ରହ୍ମା ବାଗ ଓ ମାଆ ବୈଦେହୀ ବାଗଙ୍କ ପୁଅ ଅଗସ୍ତି ୧୯୮୪ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ସେ ସଇଁନ୍ତଲା କଲେଜରେ ପାଠ ପଢ଼ୁଥିବା ସମୟରେ ବିହାର ରାଜ୍ୟର ପାହଡ ପୁର, ଗୟାଠାରେ ଗତ ୧୬-ଡିସେମ୍ବର -୨୦୦୪ ମସିହାରେ ଭାରତୀୟ ସୈନ୍ୟ ବାହୀନି ଭାବରେ ଯୋଗ ଦେଇଥିଲେ । ଜାମ୍ମୁ କାଶ୍ମୀର ପୁଞ୍ଜ ସେକରଠାରେ ୧୭ ବର୍ଷ ଦେଶର ସେବା କରିବା ପରେ ନିଜ କାର୍ଯ୍ୟରୁ ଅବସର ନେଉଛନ୍ତି । ବୀର ଯବାନକୁ ସ୍ୱାଗତ କରିବା ପାଇଁ ଏକ ପ୍ରକାର ଉତ୍ସବ ମୁଖର ହୋଇ ଉଠିଥିଲା ।

Leave A Reply

Your email address will not be published.