କେ. ଭି. ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେ. ଭି. ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ଉଭୟ ଯୁକ୍ତ ୨ ଓ ୩ ତିନି ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ପାଇଁ ଏକ କାର୍ଯ୍ୟକ୍ରମ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମଲୋଚନ ବର୍ମାଙ୍କ ଦ୍ୱାରା ଆୟୋଜି ଜିତ ଏହି ସଭାରେ ଯୁକ୍ତ ୨ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପିକା ସବିତା ମହାପାତ୍ର, ପ୍ରଭାସିନୀ ରାଉତରାୟ, ଉର୍ମିଳା ସାହୁ, ବବିତା ଦେବଦର୍ଶିନୀ, ଅଧ୍ୟାପକ ଯଶୋବନ୍ତ ନାରାୟଣ ମିଶ୍ର, ଯତୀନ ଦ୍ୱାରି, କ୍ରିଷ୍ଣା ମେହେର ତଥା ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରିଥିଲେ । ସର୍ବପ୍ରଥମେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା । ଅଧ୍ୟାପକ, ଅଧ୍ୟାପିକା ମାନେ ବିଦ୍ୟାଳୟର ଇତିହାସ, ନିୟମ କାନୁନ, ସମୟ ସାରଣୀ, ୟୁନିଫର୍ମ, ସିଲାବସ, ରାଗିଙ୍ଗ ମୁକ୍ତ ପରିଶର ଇତ୍ୟାଦି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ରୋହିତ କିଶୋର କୁମ୍ଭାର ପରିଚାଲିନା କରିଥିଲା ବେଳେ ଅଧ୍ୟାପକ ଯତୀନ ଦ୍ୱାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.