ଅତାବିରାରେ ନବନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ନିହାରରଞ୍ଜନ ମହାନନ୍ଦଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଶନିବାର ମଧ୍ୟାହ୍ନ ୧୨ଟାରେ ବରଗଡ ଜିଲ୍ଲା ଅତାବିରା ମାର୍କେଟ ପରିସରରେ ନବନିର୍ବାଚିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ନିହାରରଞ୍ଜନ ମହାନନ୍ଦଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ କୃଷକ ସଂଗଠନ ତରଫରୁ ଏହି ସମ୍ବର୍ଦ୍ଧନା ସଭାରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର, ସଂପାଦକ ସୁରେଶ କର୍ଣ୍ଣ ଓ ଅନ୍ୟ ସଦସ୍ୟ ମାନେ ଯୋଗଦେଇ ନବନିର୍ବାଚିତ ବିଧାୟକ ନିହାରରଞ୍ଜନ ମହାନନ୍ଦ ଓ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଅତାବିରା ନିର୍ବାଚନ ମଣ୍ଡଳୀର ଶତାଧିକ ଚାଷୀ ଯୋଗ ଦେଇଥିଲେ । ଅତାବିରା ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଏହି ଡବଲ୍‌ ଇଂଜିନ ସରକାର ଚାଷୀଙ୍କ ହିତ ଦୁଷ୍ଟିରେ ବିଜେପି ସରକାର ଧାନ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ରଖିଛି ଆଗକୁ ଚାଷୀଙ୍କ ପାଇଁ ଆହୁରି ଅନେକ ଯୋଜନା ଅଛି । ସାଂସଦ ପ୍ରଦୀପ ପୁରୋହିତ ରାଜ୍ୟରେ ବିଜେପି ସରକାର ଗଠନ କରିବାର ୬ ଘଣ୍ଟା ମଧ୍ୟରେ କି ଯୋଜନା କରିଛି ସେ ବିଷୟରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.