oom

ଅଯୋଧ୍ୟାରୁ ଆଗମନ ଅକ୍ଷତର ସ୍ୱାଗତ

jsmm

ଜୟପାଟଣା, (ଶେଷଦେବ ବେହେରା) : ଆସନ୍ତା ୨୨.୧.୨୦୨୪ତାରିଖ ଉଦ୍‌ଘାଟିତ ହେବାକୁ ଥିବା ତୀର୍ଥ କ୍ଷେତ୍ର ଅଯୋଧ୍ୟାର ଶ୍ରୀରାମ ମନ୍ଦିର ନିମନ୍ତେ ସାରା ଭାରତର ପ୍ରତ୍ୟେକ ପରିବାରକୁ ନିମନ୍ତ୍ରଣ ପାଇଁ ଅଯୋଧ୍ୟାରୁ ଅକ୍ଷତ କଳସର ଆଗମନ ଜୟପାଟଣା ଖଣ୍ଡକୁ ହୋଇଛି । ଜୟପାଟଣାରୁ ଖଣ୍ଡ ସଂଯୋଜକ ପ୍ରମୋଦ କୁମାର ଠାକୁର ଓ ସହ-ସଂଯୋଜକ ବିକ୍ରମ ମହାରଣା କଳାହାଣ୍ଡି ଜିଲ୍ଲା କେନ୍ଦ୍ର ଭବାନୀପାଟଣାକୁ ଯାଇ ଏକ ସୁସଜ୍ଜିତ ରଥରେ ଏହି ଅକ୍ଷତ କଳସକୁ ସ୍ୱାଗତ କରି ଆଣିଛନ୍ତି । ଏହି ରଥକୁ ରଣମାଲ, ଗୁନୁଗୁନିଆ, ଗୀତାଭବନ, ଶ୍ରୀରାମ ମନ୍ଦିର, ଗଣେଶ ମନ୍ଦିର ଆଦି ସ୍ଥାନରେ ଅନେକ ଶ୍ରୀରାମ ପ୍ରେମୀ ସ୍ୱାଗତ କରିଥିଲେ ।ଏହି ଅକ୍ଷତ ଆଗାମୀ ଦିନରେ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ପହଞ୍ଚାଇବା ସହ ପ୍ରତ୍ୟେକ ଗ୍ରାମରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ନିମନ୍ତେ ବ୍ୟବସ୍ଥା କରାଯାଉଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସନ୍ତୋଷ ପଣ୍ଡା, ଭାରତେନ୍ଦୁ ବେହେରା, ପ୍ରବୀଣ ମୁଣ୍ଡ, ତୀର୍ଥ ଦଳପତି, ପ୍ରଶାନ୍ତ ପଣ୍ଡା, ଅଶ୍ୱିନୀ ପଣ୍ଡା, ଅଭିଳାଷ ବେହେରା, ପ୍ରଭାସ ରାଉତ, କିଶୋର ସା, ପ୍ରମୁଖ ସମୟ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.