oom

ବନ୍ଦେଭାରତ ଏକ୍ସପ୍ରେସକୁ ସ୍ୱାଗତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିକାଶ ମଞ୍ଚ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର ଦୀର୍ଘ ଦିନର ଦାବୀ ଫଳରେ ଆଜି ନୂତନ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ରାଉରକେଲା ରେଳଷ୍ଟେସନ ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବରେ ଗଡ଼ିଥିଲା । ଏହି ଟ୍ରେନ ରାଉରକେଲାରେ ପହଂଚିବା କ୍ଷଣି ବିକାଶ ମଞ୍ଚର କର୍ମକର୍ତା, ବିଭିନ୍ନ ଅନୁଷ୍ଠାନ, ରାଜନୈତିକ କର୍ମକର୍ତ୍ତା ଓ ସାଧାରଣ ଜନତା ହର୍ଷ ଉଲ୍ଲାସର ସହ ଏହି ଟ୍ରେନକୁ ସ୍ୱାଗତ କରିଥିଲେ । ଏହି ଦ୍ରୁତଗାମୀ ବନ୍ଦେଭାରତ ଏକ୍ସପ୍ରେସ ଜଗନ୍ନାଥଧାମ ପୁରୀ ସହ ବିଭିନ୍ନ ଜିଲ୍ଲା ଓ ଇସ୍ପାତ ସହରକୁ ସଂଯୋଗ କରିବା ଫଳରେ ଦିନବେଳା ଗମନାଗମନର ଅଭାବ ଦୂର କରିବା ସହ ଓଡିଶାର ପର୍ୟ୍ୟଟନ ଓ ଆର୍ଥିକ ବିକାଶରେ ସାହାଯ୍ୟ କରିବ । ଆଗାମୀ ତେଇଶି ତାରିଖ ଠାରୁ ଏହି ଦ୍ରୁତଗାମୀ ବନ୍ଦେଭାରତ ଏକ୍ସପ୍ରେସ ସ୍ୱାଭାବିକ ଭାବରେ ଚଳାଚଳ କରିବ ବୋଲି ବାନ୍ଧମୁଣ୍ଡା ଏଆର୍‌ଏମ୍‌ ଆର୍‌.କେ. ମହାନ୍ତି ପ୍ରକାଶ କରିଛନ୍ତି । ରାଉରକେଲା ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ସହ ବରିଷ୍ଠ ଉପଦେଷ୍ଟା ଅମୂଲ୍ୟ ବରାଳ, ଉତ୍ତମ କୁମାର ସାମଲ, ଅଭୟ ଦାସ, ସଂଜୀବ ମହାନ୍ତି, ପଶୁପତି ଚାଟାର୍ଜି, ସତ୍ୟନାରାୟଣ ବେହେରା, ସଂଗ୍ରାମ ମହାନ୍ତି, କୁଞ୍ଜ ବିହାରି ରାଉତ ଆଦି ଏହି ଟ୍ରେନ ଏବଂ ଆଣିଥିବା କର୍ମଚାରୀମାନଙ୍କୁ ସ୍ୱାଗତ କରିବା ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡିଶା ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଶୀଘ୍ର ରାଉରକେଲାଠାରେ ରେଳବାଇର ଏକ ନୂତନ ଡିଭିଜନ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.