jayashree

ରାଉରକେଲା ଆଇନ ମହାବିଦ୍ୟାଳୟରେ ନୂତନ ଛାତ୍ରଙ୍କୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୧ ସ୍ଥିତ ରାଉରକେଲା ଆଇନ ମହାବିଦ୍ୟାଳୟରେ କଲେଜର ଅଧକ୍ଷ ଡ଼କ୍ଟର ଦେବେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନୂତନ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ଉତ୍ସବର ଆୟୋଜନ କରାଯାଇଥିଲା । ଉତ୍ସବରେ କଲେଜର ପୁରାତନ ଛାତ୍ର ସଂସଦର ସଭାପତି ଡ଼କ୍ଟର ସୁମନ ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ଛାତ୍ରମାନଙ୍କୁ ସ୍ୱାଗତ କରିବା ସହିତ ସମାଜର ଅବହେଳିତ ବର୍ଗର ସହାୟତା ଓ ଦେଶର ଉନ୍ନତି ପାଇଁ ଆଇନର ସଦୁପଯୋଗ କରିବାକୁ ଆହ୍ୱାନ ଦେଇଥିଲେ । କଲେଜର ସମସ୍ତ ନୀତି ନିୟମ ମାନି ଆଇନ ଅଧ୍ୟୟନ କରିବା ସହ କଲେଜର ସୁନାମକୁ ବଢାଇବା ପାଇଁ ଅଧ୍ୟକ୍ଷ ଡକ୍ଟର ବେହେରା ଉପଦେଶ ଦେଇଥିଲେ । ପ୍ରାଧ୍ୟାପିକା ଡକ୍ଟର ସମ୍ପାଦିକା ମହାନ୍ତି ଉତ୍ସବ ପରିଚାଳନା କରିଥିଲା ବେଳେ ଆଲୁମିନି ଅଧ୍ୟାପକ ତ୍ରୈଲୋକିନାଥ ପାଣ୍ଡେ, ପ୍ରାଧ୍ୟାପକ ଡକ୍ଟର ପ୍ରଜ୍ଞା ପଣ୍ଡା, ପ୍ରାଧ୍ୟାପକ ତନ୍ମୟ ପାଢ଼ୀ, ଅଫିସ ସୁପରିଟେନଣ୍ଡେଣ୍ଟ ମନୋରଞ୍ଜନ ମହାନ୍ତି ମଧ୍ୟ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ଆଲୁମିନି ତଥା କବି କୁଞ୍ଜ ବିହାରି ରାଉତ କବିତା ମାଧ୍ୟମରେ ସ୍ୱାଗତ କରିଥିଲେ । ପୁରାତନ ଛାତ୍ର ଶିବ କିସ୍କୁ, ଦେବାଶିଷ ପାଣି, ଅପର୍ଣ୍ଣା ଦୁବେ, ପଦ୍ମିନୀ ପୂରଣ, ନନ୍ଦିନୀ କେରାଇ ଓ ସୁସ୍ମିତା ପୂରଣଙ୍କ ନେତୃତ୍ୱରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ । ଶେଷରେ ଡକ୍ଟର ଦିବ୍ୟେନ୍ଦୁ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.