centurian jitm

ରାଉରକେଲା ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ ତରଫରୁ ହକି ବିଶ୍ୱକପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ହକି ବିଶ୍ୱକପ୍ ଟ୍ରଫିକୁ ସେକ୍ଟର -୨ ବିଜୁ ପଟ୍ଟନାୟକ ଛକରେ ଭବ୍ୟ ସ୍ୱାଗତ କରାଯାଇଛି । ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ହକି ଖେଳାଳି, ଯୁବ ରେଡକ୍ରସ୍, ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ସମେତ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ସେକ୍ଟର- ୨ ସ୍ଥିତ ବିଜୁ ପଟ୍ଟନାୟକ ଛକରୁ ମଧୁବନ ଛକ ପର୍ଯ୍ୟନ୍ତ ଆଦିବାସୀ ନୃତ୍ୟ-ଗୀତର ତାଳେ ତାଳେ ତଥା ଅମିତ ରୋହିଦାସ : ‘ଅମରଗର୍ବ’, ହକିର ମେଳା : ‘ରାଉରକେଲା’ ପ୍ରଭୃତି ସ୍ଳୋଗାନରେ ଗଗନ-ପବନ ପ୍ରକମ୍ପିତ କରି ହକି ବିଶ୍ୱକପ୍ ଟ୍ରଫିକୁ ଶୋଭାଯାତ୍ରାରେ ନେଇଥିଲେ । ଏହି ରାଲିରେ +୨ର ଯୁବ ରେଡକ୍ରସ୍‌ର ଅଧିକାରୀ ଅଧ୍ୟାପକ ରଶ୍ମି ରଂଜନ ରାଉତ, +୩ ଯୁବ ରେଡକ୍ରସର ଅଧିକାରୀ ମନୋଜ କୁମାର ଦଳେଇ, +୩ ଜାତୀୟ ସେବା ଯୋଜନାର ବାଳିକା ବିଭାଗର ଅଧିକାରୀ ଅଧ୍ୟାପିକା ଶ୍ରୀମତୀ ରଶ୍ମି ପ୍ରଭା ମଥାନ, +୨ ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ ବନବିହାରୀ କିଷାନ, ପ୍ରାଧ୍ୟାପିକା ଶ୍ରୀମତୀ ତପସ୍ୱିନୀ ମିଶ୍ର, ଡକ୍ଟର ରବୀନ୍ଦ୍ର କୁମାର ଜେନା, ଅଧ୍ୟାପିକା ଶ୍ରୀମତୀ ବନ୍ଦନା ସୋରେଙ୍ଗ, ଅଧ୍ୟାପିକା ଶ୍ରୀମତୀ ଭାରତୀ ବରୱଆ, ଅଧ୍ୟାପିକା ଶ୍ରୀମତୀ ବୈଜୟନ୍ତୀ ବାରିକ, ଅଧ୍ୟାପକ ଅଜିତ କୁମାର ବେକ, ଅନୁପ ଏକ୍କା, ତରଣୀ ନାୟକ, ବିକ୍ରମ ସାହୁ, ଅନିଲ କୁମାର ରାମ, ରାଜଦୀପ ସୋରେନ, ଅଧ୍ୟାପିକା ସ୍ୱାମୀ ସ୍ମିତା ସାହୁ, ସୀମା ମିଶ୍ର, ଭାନୁମତୀ ସାହୁ, ମୌସୁମୀ ଦାସ, ଅନାମିକା କୁଲ୍ଲୁ, ମମତା ନାୟକ, ଶର୍ମିଷ୍ଠା ସିଂ, ବୀରବର ସୁବୁଦ୍ଧି ତଥା ସ୍ୱେଚ୍ଛାସେବୀ ସାହିଲ ଶେଖର ପ୍ରଧାନ, ସୌମ୍ୟରଞ୍ଜନ ମହାନ୍ତି, ସ୍ୱିଟି ପଟ୍ଟନାୟକ, ଗୋପାଳକୃଷ୍ଣ ଦାଶ, ହିମାଂଶୁ ନାୟକ, ଅନିରୁଦ୍ଧ ସିଂହ, ଅନିତା ଜଗଦ୍ଦେବ, ଛବିଳ ସେଠୀ, ଅଭିଷେକ ପରିଡ଼ା, ଲିପ୍ସା ବଳିଆରସିଂହ ପ୍ରମୁଖ ଛାତ୍ରଛାତ୍ରୀ ସ୍ୱାଗତ ସମାରୋହରେ ସାହାଯ୍ୟ ସହଯୋଗ କରିଥିଲେ । ଏତଦ୍ ବ୍ୟତୀତ ଝୋଟି, ରଙ୍ଗୋଲି, ମେହେନ୍ଦି, ସାଲାଡ଼ ସଜ୍ଜା, ଫୁଲତୋଡା ସଜ୍ଜା ଏବଂ ବକ୍ତୃତା ପ୍ରତିଯୋଗିତାରେ ବହୁ ଛାତ୍ରଛାତ୍ରୀ ଭାଗନେଇ ମହାବିଦ୍ୟାଳୟ ପରିସରକୁ ଉତ୍ସବରେ ମୁଖରିତ କରିଥିଲେ ।

ସେହିପରି ସେକ୍ଟର ୧୬ ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଯଶବିନ୍ଦର କୌରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ରୀ ଭୂମିକା ନାୟକ, ସ୍ମରଣିକା ଜେନା, ଭାବନା, ନନ୍ଦିନୀ, ଦେବସ୍ମିତା, ଅନୁଶ୍ରିତୀ, ଇସ୍ମିତା, ଆଲିଭା ପ୍ରମୁଖ ଓଡିଶୀ ନୃତ୍ୟ ମାଧ୍ୟମରେ ଟ୍ରଫିକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷୟିତ୍ରୀ ସସ୍ମିତା ଦାସ, ସବାନା ହୁସେନ, ଅନିତା ଦାସ, ସୁନିତା ଗିରି, ସସ୍ମିତା ଜେନା, ପ୍ରତିମା ଦାସ, ପ୍ରିୟମ୍ବଦା ରଣା, ମଣ୍ଟୁ ମିଶ୍ର ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.