oum

ସଚେତନ ହେମା ଅନୁଷ୍ଠାନ ତରଫରୁ ଅହିଂସା ରଥକୁ ସ୍ୱାଗତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ସର୍ଗିବାହାଲ ଛକଠାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଓ ସ୍ୱାଗତ କରାଯାଇଛି । ଅହିଂସା ଓ ଭାରତ ମାତାର ଜୟ ଗାନ କରାଯାଇ ରଥକୁ ପୂଜା କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଭାଗିରଥି ଦାସ, ଶେଷଦେବ ଦାସ, ସରୋଜ ବେହେରା ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସମସ୍ତ କଳାକାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ରାଜକୁମାର ସାହୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ପରିଚୟ କରାଇବା ସହ ବ୍ଲକ ପ୍ରଶାସନକୁ ପ୍ରଶଂସା କରିଥିଲେ । ଭାରତ ମାତାର ଜୟ କରି ଅହିଂସା ରଥକୁ ବିଦାୟ ଦିଆଯାଇଥିଲା ।

Leave A Reply

Your email address will not be published.