- ଦୀପାବଳି ଆମ ସଂସ୍କୃତି ଓ ଲୋକ ପରମ୍ପରା ସହ ନିବିଡ଼ ଭାବେ ଜଡ଼ିତ, ଏହା ଆମ ସଭ୍ୟତାର ଆତ୍ମା ଏବଂ ପ୍ରକାଶ ଓ ଧାର୍ମିକତାର ପ୍ରତୀକ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଇବି) : ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳିକୁ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସିବ୍ୟକ୍ତ କରିବା ସହିତ ଗୌରବାନ୍ୱିତ ମନେ କରୁଥିବା କହିଛନ୍ତି ।
ଏକ୍ସରେ ୟୁନେସ୍କୋ ହ୍ୟାଣ୍ଡେଲରେ କରାଯାଇଥିବା ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି :
‘‘ଭାରତ ଏବଂ ବିଶ୍ୱରେ ଥିବା ଆମ ଲୋକମାନେ ଆଜି ଖୁସିରେ ଅଧୀର ।
ଆମ ପାଇଁ ଦୀପାବଳି ଆମ ସଂସ୍କୃତି ଏବଂ ଲୋକ ପରମ୍ପରା ସହିତ ଅତି ନିବିଡ଼ ଭାବେ ଜଡ଼ିତ । ଏହା ଆମ ସଭ୍ୟତାର ଆତ୍ମା । ଏହା ପ୍ରକାଶ ଏବଂ ଧାର୍ମିକତାର ପ୍ରତୀକ । ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳିକୁ ସାମିଲ କରାଯିବା ଦ୍ୱାରା ବିଶ୍ୱସ୍ତରରେ ଏହି ଉତ୍ସବର ଲୋକପ୍ରିୟତା ଅଧିକ ବୃଦ୍ଧି ପାଇବ ।
ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମର ମାର୍ଗଦର୍ଶନ କରୁଥାଉ ।
@UNESCO”