
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ବିଜେପି ଜିଲ୍ଲା ସଭାପତି ଡ଼ଃ ଅରୁପା ସାହୁଙ୍କ ଅନୁମୋଦନ କ୍ରମେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବରିକେଲ ବିଜେପି ମଣ୍ଡଳ ସଭାପତି ଭାବରେ ଦିବ୍ୟ କିଶୋର ପଧାନ ଓ ସର୍ଗିବାହାଲ ନୂତନ ମଣ୍ଡଳ ସଭାପତି ମାନଭଞ୍ଜନ ବେହେରାଙ୍କ ନାମ ଘୋଷଣା ହେବା ପରେ ଆଜି ଉଭୟ ସଭାପତିଙ୍କୁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଉଭୟଙ୍କୁ ଫୁଲମାଳ ସହ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଇଛି । ଉଭୟେ ବିଜେପି ମଣ୍ଡଳ ସଭାପତି ଭାବରେ ମନୋନୀତ ହୋଇଥିବାରୁ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ସାଂସଦଙ୍କ ନୀତିଗତ ଆଦର୍ଶକୁ ନେଇ କାମ କରିବାକୁ ସେମାନେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ପଦ୍ମପୁର ବିଜେପି ନଗର ସଭାପତି ପ୍ରମୋଦ ମେହେର, ପୂର୍ବତନ ମଣ୍ଡଳ ସଭାପତି ନିରାକାର ବରିହା, ପୂର୍ବତନ ମଣ୍ଡଳ ସଭାପତି ଭିଷ୍ମଦେବ ସାହୁ, ଜୀର୍ବଦ୍ଧନ ସାହୁ, ଦୟାନିଧି ବଗର୍ତ୍ତି, ଶିବ ମଟାରୀ, ରାହାସ ବିହାରି ସାହୁ, ସୁଧାଂଶୁ ପଟେଲ, ସଂକୀିର୍ତ୍ତନ ସାହୁ, ମନୋଜ ମେହେର, ସୁଧିର ସାହୁ, ଝସକେତନ ସାହୁ, ମନ୍ତ୍ରୀ ସେଠଙ୍କ ସମେତ ବରିକେଲ ଓ ସର୍ଗିବାହାଲ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।