ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଉତ୍ସବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ ଅଧ୍ୟକ୍ଷ ତଥା ଅର୍ଥନୀତି ଅଧ୍ୟାପକ ତେଜେଶ୍ୱର ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘବର୍ଷ ଧରି ଉତ୍ତମ ମାନର ଶିକ୍ଷାଦାନ ପାଇଁ ଅଞ୍ଚଳରେ ସୁପ୍ରତିଷ୍ଠିତ ହେବା ସହ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛି । ସମସ୍ତ ଏକାଦଶ ଶ୍ରେଣୀର ନୂତନ ଛାତ୍ରଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣର ଛାତ୍ରଛାତ୍ରୀମାନେ ଫୁଲ ଚନ୍ଦନ ଓ ହୁଳହୁଳି ସହ ସ୍ୱାଗତ କରିଥିଲେ । ସଭାରେ ରାଜନୀତି ଅଧ୍ୟାପକ ଦିଲୀପ କୁମାର ଭୋଇ, ଓଡ଼ିଆ ଅଧ୍ୟାପକ ସୀତାରାମ ପଟେଲ, ଶିକ୍ଷାଶାସ୍ତ୍ର ଅଧ୍ୟାପକ ଗଙ୍ଗାଧର ପଧାନ, ଇଂରାଜୀ ଅଧ୍ୟାପକ ଲୋକେଶ୍ୱର ବିଶି ଯୋଗଦେଇ ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ଅଧ୍ୟବସାୟ ସହିତ ଅଧ୍ୟୟନ କରି ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ଉପଦେଶ ଦେଇଥିଲେ । ଶେଷରେ ଭୂଗୋଳ ଅଧ୍ୟାପିକା ବୀଣାପାଣି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଶାରୀରିକ ଶିକ୍ଷକ ବନ୍ଦୋବସ୍ତ ସାହୁ, ଗ୍ରନ୍ଥଗାରିକ ରାଜେଶକୁମାର ମେହେର, କାର୍ଯ୍ୟାଳୟ ପ୍ରମୁଖ ସୁବାସ ଚନ୍ଦ୍ର ନାଗ, ତଥ୍ୟ ପରିଚାଳକ ମଧୁସୂଦନ ଭୋଇ, ସହାୟକ ଲକ୍ଷ୍ମୀନ୍ଦ୍ର ଭୋଇ, ବନ୍ତି ବିଶ୍ୱାଳ, ଗୌରାଙ୍ଗ ଚରଣ ସାହୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.