
ଦୁବାଇର କ୍ରାଉନ ପ୍ରିନ୍ସ, ୟୁଏଇର ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ

- ପ୍ରଧାନମନ୍ତ୍ରୀ ଗତବର୍ଷ ତାଙ୍କର ୟୁଏଇ ଗସ୍ତକୁ ମନେ ପକାଇଥିଲେ ଯେଉଁଥିରେ ସେ ଦୁବାଇରେ ୱାର୍ଲଡ୍ ଗଭର୍ଣ୍ଣମେଣ୍ଟ ସମିଟରେ ସମ୍ମାନିତ ଅତିଥି ଭାବରେ ଅଂଶଗ୍ରହଣ କରିଥିଲେ
- ପ୍ରଧାନମନ୍ତ୍ରୀ ୟୁଏଇ ନେତୃତ୍ୱଙ୍କୁ ତାଙ୍କର ଅଭିନନ୍ଦନ ଜଣାଇଛନ୍ତି
- ଭାରତ ଏବଂ ୟୁଏଇ ମଧ୍ୟରେ ସୁଦୃଢ଼ ଏବଂ ଐତିହାସିକ ସମ୍ପର୍କରେ ପରମ୍ପରାଗତ ନିରନ୍ତରତାକୁ ତାଙ୍କ ଗସ୍ତ ସୂଚିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ
- ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, କ୍ରୀଡ଼ା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ଭାରତ-ୟୁଏଇ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଉପରେ ସେମାନେ ଆଲୋଚନା କରିଛନ୍ତି
- ୟୁଏଇରେ ରହୁଥିବା ୪.୩ ନିୟୁତ ଭାରତୀୟଙ୍କ କଲ୍ୟାଣ ସୁନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ୟୁଏଇ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇର କ୍ରାଉନ ପ୍ରିନ୍ସ, ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶେଖ୍ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକ୍ତୁମଙ୍କୁ ସ୍ୱାଗତ କରିଥିଲେ । ଗତବର୍ଷ ଦୁବାଇରେ ଅନୁଷ୍ଠିତ ୱାର୍ଲଡ୍ ଗଭର୍ଣ୍ଣମେଣ୍ଟ ସମିଟରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୟୁଏଇ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନଙ୍କୁ ତାଙ୍କର ଅଭିନନ୍ଦନ ଜଣାଇଥିଲେ । ମହାମହିମ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମ୍, ଉପରାଷ୍ଟ୍ରପତି, ୟୁଏଇର ପ୍ରଧାନମନ୍ତ୍ରୀ ଏବଂ ଦୁବାଇର ଶାସକ ଅଟନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ଗସ୍ତ ଭାରତ ଏବଂ ୟୁଏଇ ମଧ୍ୟରେ ସୁଦୃଢ଼ ଏବଂ ଐତିହାସିକ ସମ୍ପର୍କରେ ପରମ୍ପରାଗତ ନିରନ୍ତରତାକୁ ସୂଚାଇଥାଏ ଏବଂ ପାରସ୍ପରିକ ବିଶ୍ୱାସ ତଥା ଭବିଷ୍ୟତ ପାଇଁ ଏକ ଅଂଶୀଦାର ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲା । ବିଶେଷକରି ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, କ୍ରୀଡ଼ା ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ଭାରତ-ୟୁଏଇ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଉପରେ ସେମାନେ ଆଲୋଚନା କରିଥିଲେ । ୟୁଏଇରେ ରହୁଥିବା ପ୍ରାୟ ୪.୩ ନିୟୁତ ଭାରତୀୟଙ୍କ କଲ୍ୟାଣ ସୁନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ୟୁଏଇର ନେତୃତ୍ୱଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଜୀବନ୍ତ ସମ୍ପର୍କରେ ସେମାନଙ୍କ ଗୁରୁତ୍ୱକୁ ସ୍ୱୀକାର କରିଥିଲେ ।