କଣ୍ଟାବାଞ୍ଜି କେ.ଭି.ଡିଗ୍ରୀ ମହାବିଦ୍ୟାଳୟର ବାଣିଜ୍ୟ ସ୍ନାତକୋତ୍ତର ବିଭାଗର ସ୍ଵାଗତ ଉତ୍ସବ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି କେ.ଭି.ଡିଗ୍ରୀ ମହାବିଦ୍ୟାଳୟର ବାଣିଜ୍ୟ ସ୍ନାତକୋତ୍ତର ବିଭାଗ ଆନୁକୂଲ୍ୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ଵାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାର ନାମ ଫ୍ରେସ୍ ଷ୍ଟାଟ୍ – ଫିଏଷ୍ଟା ରଖାଯାଇଥିଲା । ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ଏହାର ଆୟୋଜନ କରି ଫୁଲ ଚନ୍ଦନ ଦେଇ ନବାଗତଙ୍କୁ ସ୍ଵାଗତ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଅଧ୍ୟକ୍ଷ ପଦ୍ମଲୋଚନ ବର୍ମା, ସମ୍ମାନୀତ ଅତିଥି ଭାବେ ବାଣିଜ୍ୟ ବିଭାଗ ମୁଖ୍ୟ ଯଶୋବନ୍ତ ନାରାୟଣ ମିଶ୍ର, ଅଧ୍ୟାପକ ସୁମନ ପଟେଲ, ସୂର୍ଯ୍ୟକାନ୍ତ ସାହୁ ଓ କୃଷ୍ଣ ମେହେର ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଓ ନିଜ ନିଜ ଅଭିଭାଷଣ ଦେଇଥିଲେ । ଛାତ୍ରୀ ପୂଜା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଛାତ୍ରୀ ଆରତୀ ମଂଚ ପରିଚାଳନା କରିଥିଲେ । ଗୁପ୍ତେଶ୍ୱର, ଦେବାଶିଷ, ଚନ୍ଦନ, ବିଶ୍ଵନାଥ ଆଦି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମ ବର୍ଷ ଛାତ୍ରଛାତ୍ରୀ ସ୍ଵାତୀ, କେ. ଦିବ୍ୟାସିନୀ, ନାଗମଣୀ, ଗୈ।ରବ, ରମେଶ ଆଦି କାର୍ଯ୍ୟକ୍ରମରେ ସାମିଲ ଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ଛାତ୍ର ଗୁପ୍ତେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.