ଗାଁ ଗାଁରେ ସରୋଜଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ଼ ବ୍ଲକ୍‌ କୁତ୍‌ମୁଣ୍ଡା, ଭଇଁସା ସହ ବେଲପଡ଼ା ବ୍ଲକ୍‌ର ମାଲିଝର ଆଦି ଗ୍ରାମରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର ନିର୍ବାଚନ ପ୍ରଚାର ପାଇଁ ପହଂଚିଥିବା ବେଳେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି ଜନସାଧାରଣ । ଗାଁ ଗାଁରେ ହରିବୋଲ ହୁଳହୁଳି ସହ ପାରମ୍ପାରିକ ବାଦ୍ୟରେ ସରୋଜଙ୍କ ସ୍ୱାଗତ କରାଯାଉଥିବା ବେଳେ ବିଜେଡ଼ିର ଜୟଧ୍ୱନିରେ ଉଛୁଳି ପଡୁଛି ଗାଁ ଦାଣ୍ଡ । ଏଭଳି ସ୍ଥିତି ଦେଖି ବିଜେଡ଼ି କର୍ମୀଙ୍କ ମହଲରେ ଖୁବ୍‌ ଉତ୍‌ସାହ ଦେଖା ଦେଉଥିବା ବେଳେ ସରୋଜଙ୍କ ବିଜୟ ନିଶ୍ଚିତ ବୋଲି ବିଜେଡ଼ି ଶିବିରରେ ଦାବି କରାଯାଉଛି ।

Leave A Reply

Your email address will not be published.