oum

ହମିରପୁରରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ “ଲଭ ଅଲ ସର୍ଭ ଅଲ”ର ପ୍ରତିଷ୍ଠାତା ଦୀପ୍ତିମୟୀ ଦାସଙ୍କ ଆବାହକତ୍ୱରେ ତଥା ପିଟରଲାର୍କ ଫାଉଣ୍ଡେସନର ସହଯୋଗରେ ହମିରପୁର ସ୍ଥିତ ବିବେକାନନ୍ଦ ଯୁବକ ସଂଘ କାର୍ଯ୍ୟାଳୟଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ହମିରପୁର ଉନ୍ନୟନ ପରିଷଦର ସଭାପତି ସୁମନ ଦତ୍ତ ଉଦ୍‌ଘାଟନ କରି ବସ୍ତି ଅଂଚଳରେ ଏହିଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ ପାଇଁ ପିଟରଲାର୍କ ଫାଉଣ୍ଡେସନ ଓ ଲଭ ଅଲ ସର୍ଭ ଅଲ ଗ୍ରୁପକୁ ସାଧୁବାଦ ଦେଇ ଅନ୍ୟ ମେଡିକାଲ ଅନୁଷ୍ଠାନମାନେ ମଧ୍ୟ ବସ୍ତି ଅଂଚଳରେ ରହୁଥିବା ଗରିବ ଲୋକମାନଙ୍କର ସ୍ୱାସ୍ଥ୍ୟ ସେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ପ୍ରଫେସର ସରିତା ମଲ୍ଲ, ସମାଜସେବୀ ସୁରଥ ବାଗ, ଅଗସ୍ତି ଦାସ, ବିବେକାନନ୍ଦ ଯୁବକ ସଂଘର ସଭାପତି ଗଣେଶ କୁମ୍ଭାର ଆଦି କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ପିଟରଲାର୍କ ଫାଉଣ୍ଡେସନର ନିର୍ଦ୍ଦେଶକ ଡ଼ାକ୍ତର ଅଭିଷେକ ରାଉତରାୟ ପଞ୍ଚସ୍ତରୀ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିବା ସହିତ ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥିଲେ । ପିଟରଲାର୍କ ଫାଉଣ୍ଡେସନ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସଂଯୋଜକ ବିକାଶ ବାନାର୍ଜି ପ୍ରକାଶ କରିଥିଲେ ।

Leave A Reply

Your email address will not be published.