oom

ଇନଷ୍ଟିଚ୍ୟୁଟ ଅଫ୍‌ କମ୍ପାଟାଟିଭ୍‌ ୱାର୍ଲ୍ଡରେ ସ୍ଵାଧୀନତା ଦିବସ ପାଳିତ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଭାରତବାସୀ ହର୍ଷ ଉଲ୍ଲାସରେ ସ୍ଵାଧୀନତା ଦିବସ ପାଳନ କରୁଅଛନ୍ତି । ଏହି ଶୁଭ ଅବସରରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପତାକା ଉତ୍ତୋଳନ କରି ସ୍ଵାଧୀନତା ଦିବସ ପାଳନ କରିଥିବା ବେଳେ ଏହି ଅବସରରେ ଟିଟିଲାଗଡ ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାଟାଟିଭ୍‌ ୱାର୍ଲ୍ଡ ତରଫରୁ ସ୍ଥାନୀୟ ଅନୁଷ୍ଠାନରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ବୈଷ୍ଣବ ଦର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଦେଶର ସ୍ଵାଧୀନତା ସଂଗ୍ରାମୀ ମାନଙ୍‌ଙ୍କ ଇତିହାସ ଉପରେ ଆଲୋକପାତ କରିବା ସହ ସ୍ଵାଧୀନ ଭାରତର ନାଗରିକ ଭାବେ ଜନ୍ମ ଗ୍ରହଣ କରିଥିବାରୁ ଆମେ ସମସ୍ତେ ଗର୍ବ ଅନୁଭବ କରୁଥିବା କହିଛନ୍ତି । ଅନୁଷ୍ଠାନର ସମସ୍ତ ସଦସ୍ୟ, ଛାତ୍ରଛାତ୍ରୀ, ଅଭିଭାବକ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନିଜ ନିଜ ବକ୍ତବ୍ୟ ପରିବେଷଣ କରିବା ସହ ଆଗକୁ ସ୍ଵାଧୀନ ଭାରତରର ଗର୍ବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶପଥ ନେଇଥିଲେ । ଇନଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାଟାଟିଭ୍‌ ୱାର୍ଲ୍ଡରେ ସହର ତଥା ସହର ବାହାରର ବିଭିନ୍ନ ସ୍ଥାନରୁ ପିଲା ମାନେ ଆସି ଶିକ୍ଷା ଗ୍ରହଣ କରିଥାନ୍ତି । ଏଠାରେ ଏସ୍‌ଏସ୍‌ସି, ଓଏସ୍‌ଏସ୍‌ସି, ରେଲୱେ, ବ୍ୟାଙ୍କିଂ, ଇଣ୍ଡିଆନ ଆର୍ମୀ, ବିଏଡ୍‌, ସିଟି ପରି ବିଭିନ୍ନ ଚାକିରି ପାଇଁ ପ୍ରସ୍ତୁତ ହେବାକୁ ଶିକ୍ଷା ପ୍ରଦାନ କରାଯାଇଥାଏ । ଏହି ଅନୁଷ୍ଠାନରେ ଗରିବ ପିଲାମାନଙ୍କ ପାଇଁ ନିଃଶୁଳ୍କ ଶିକ୍ଷାଦାନର ବ୍ୟବସ୍ଥା ମଧ୍ୟ ରହିଥିବା ଅନୁଷ୍ଠାନର ପ୍ରତିଷ୍ଠାତା କହିଛନ୍ତି ।

jittmm
Leave A Reply

Your email address will not be published.