jayashree

ପ୍ରଗତି ଉତ୍କଳ ସଂଘରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

  • ୬୬ତମ ପ୍ରତିଷ୍ଠା ଦିବସ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘରେ ୭୭ତମ ସ୍ୱାଧୀନତା ଦିବସ ପାଳନ ଏବଂ ସଂଘର ୬୬ତମ ପ୍ରତିଷ୍ଠା ଦିବସ ସହ ଆସନ୍ତା ଦୁଇବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ସକାଳ ୧୦ ଘଟିକା ସମୟରେ ସଂଘ ପରିସରରେ ବରିଷ୍ଠ ଉପଦେଷ୍ଟା ଭାରତ ଭୂଷଣ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ସଭ୍ୟ ସଭ୍ୟା, ସଂଘ ପରିସରରେ ପରିଚାଳିତ ବେବୀ ଓ୍ବାଣ୍ଡରଲେଣ୍ଡ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ – ଶିକ୍ଷୟିତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଉପସଭାପତି ଡଃ ପ୍ରଭାତ କୁମାର ମଲ୍ଲିକ ମଧ୍ୟ ଦିବସର ମହତ୍ଵ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ସଂଧ୍ୟା ୭.୦୦ଘଟିକା ସମୟରେ ସଂଘର ୬୬ତମ ପ୍ରତିଷ୍ଠା ଦିବସ ଅବସରରେ ବାର୍ଷିକ ସାଧାରଣ ସଭା ସଂଘର ବରିଷ୍ଠ ଉପସଭାପତି ଇଂ. ରଶ୍ମି ରଂଜନ ବୋଇତାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସ୍ୱାଗତ ଅଭିଭାଷଣ ପ୍ରଦାନ ପରେ ଅନ୍ୟତମ ଉପସଭାପତି ଡଃ ପ୍ରଭାତ କୁମାର ମଲ୍ଲିକ ସଂଘର ବହୁମୁଖୀ କାର୍ଯ୍ୟକ୍ରମ, ବିଶେଷ କରି ୪୫ ହଜାର ପୁସ୍ତକ ସମ୍ବଳିତ ବୃହତ ପାଠାଗାରର ସୁପରିଚାଳନା, ନିୟମିତ ସାହିତ୍ୟ – ସଂସ୍କୃତି ସମ୍ପର୍କିତ ଆଲୋଚନା ଏବଂ ସେମିନାର, କବିତା ପାଠ ପ୍ରଭୃତି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବା ସହ ଭବିଷ୍ୟତରେ ଇ-ଲାଇବ୍ରେରୀକୁ କିପରି ସୁପରିଚାଳିତ କରାଯାଇ ପାରିବ ସେ ବିଷୟରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ସାଧାରଣ ସମ୍ପାଦକ ରାଧାମୋହନ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ୨୦୨୩-୨୦୨୫ ଦୁଇବର୍ଷ ପାଇଁ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ନିର୍ବାଚିତ ହେଇଥିଲେ । ସଭାପତି ଭାବେ ଇଂ. ପ୍ରତାପ କୁମାର ସ୍ବାଇଁ, ଉପସଭାପତି ଭାବେ ଇ‍ଂ. ରଶ୍ମି ରଂଜନ ବୋଇତାଇ, ଡ. ପ୍ରଭାତ କୁମାର ମଲ୍ଲିକ ଜେ, ଇଂ. ଅଜୟ କୁମାର ଗୋଶ୍ବାମୀ, ସାଧାରଣ ସମ୍ପାଦକ ଭାବେ ଘନଶ୍ୟାମ ଧଳ, ସମ୍ପାଦକ ଭାବେ ରାଧାମୋହନ ନାୟକ, ଯୁଗ୍ମ ସମ୍ପାଦକ ଭାବେ ଲକ୍ଷ୍ମଣ ନାଥ ଦାସ, କୋଷାଧ୍ୟକ୍ଷ ଭାବେ ବିପିନ ବିହାରୀ ପଟନାୟକ,
ସାଂସ୍କୃତିକ ସଂପାଦକ ଭାବେ ଇଂ.ଅଶୋକ କୁମାର ପଟ୍ଟନାୟକ, କ୍ରୀଡା ସମ୍ପାଦକ ଭାବେ ଅରବିନ୍ଦ ପାତ୍ର, ପାଠାଗାର ସମ୍ପାଦକ ଭାବେ ଇନ୍ଦ୍ରମଣି ମହାପାତ୍ର, ଗ୍ରନ୍ଥାଗାରିକ ଭାବେ ବରୁଣ କୁମାର ନାହାକ, ପରୀକ୍ଷିତ ଗୁରୁ, କାର୍ଯ୍ୟକାରୀ ସଦସ୍ୟ ଭାବେ ଇଂ. ଅଶ୍ବିନୀ କୁମାର ପରିଡ଼ା, ପ୍ରଶନ୍ନ କୁମାର ମହାନ୍ତି, ରଶ୍ମୀ ସାହୁ, ସ୍ମିତା ମିଶ୍ର, ପ୍ରଦୀପ କୁମାର ପଟ୍ଟନାୟକ, ସତ୍ୟନାରାୟଣ ଦାଶ, ଡଃ. ନଗେନ କୁମାର ଦାସ, ଧରଣୀଧର ସାମଲ, ଅକ୍ଷୟ କୁମାର ଜେନା, ଅଶୋକ କୁମାର ରାଉତ, ସୁଭ୍ରାଂଶୁ ଶେଖର ମହାପାତ୍ର ଏବଂ ଅର୍ଜୁନ ଭୂୟାଁ ମନୋନୀତ ହୋଇଛନ୍ତି । ଡ. ନଗେନ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ଏକ ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଇନ୍ଦ୍ରମଣି ମହାପାତ୍ର, ବରୁଣ ନାହାକ, ପରୀକ୍ଷିତ ଗୁରୁ ପ୍ରମୁଖ ସହାୟତା କରିଥିବା ବେଳେ ନଳିନୀକାନ୍ତ ଧର, ପୂର୍ଣ୍ଣଚନ୍ଦ୍ର ଜେନା, ନାରାୟଣ ଚନ୍ଦ୍ର ମହନ୍ତ, ଅକ୍ଷୟ ସାମଲ, ଅବନୀ କୁମାର ମହାନ୍ତି, ସୁନୀଲ କୁମାର ମହାନ୍ତି, ପୁଷ୍ପାରାଣୀ ପଟେଲ, ନିର୍ମଳଚନ୍ଦ୍ର ଦାସ, ନେହା ଶର୍ମା, ସାକିର ହୁସେନ, ତ୍ରିଲୋଚନ ସ୍ବାଇଁ, ବେଦ ପ୍ରକାଶ ତିଓ୍ବାରୀ, କୁଳମଣି ଦାସ, ପ୍ରଶାନ୍ତ ସାମଲ, ଗଙ୍ଗାଧର ପୁହାଣ ପ୍ରମୁଖ ବହୁ ସାହିତ୍ୟିକ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.