ଜ୍ଞାନ ଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେ ମହାସଂଘ ଦ୍ୱାରା ୭୭ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୫ ଅଗଷ୍ଟ ସକାଳ ୮ଟା ସମୟରେ ସମସ୍ତ ସଦସ୍ୟାଙ୍କ ଉପସ୍ଥିତିରେ ବରିଷ୍ଠ ସଦସ୍ୟା ଧିମତି ରୂପାଳି ମହାନନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସଦସ୍ୟାମାନେ ମିଳିତ ଭାବରେ ରାଷ୍ଟ୍ରଗାନ କରିଥିଲେ । ରାଷ୍ଟ୍ରଗାନ ପରେ ସମାଜରେ ମହିଳାମାନଙ୍କ ପ୍ରତି ବଢୁଥିବା ଘରୋଇ ହିଂସା ରୋକିବା, ସମାଜରୁ ଅନ୍ଧବିଶ୍ୱାସ ଦୂର କରିବା, ମହିଳାମାନଙ୍କୁ ସ୍ୱାବଳମ୍ବୀ କରିବା ପାଇଁ ଜାତୀୟ ପତାକା ତଳେ ଶପଥ କରିଥିଲେ । ଏହି କାର୍ଯ୍ୟକ୍ରମରେ କୌଶଲ୍ୟା କୁମ୍ଭାର, ଐଶ୍ଚର୍ଯ୍ୟ ରାଜଲକ୍ଷ୍ମୀ ହରିପାଲ, ବବି ନନ୍ଦ, ଲତିକା ଦୀପ, ମମତା ଦୀପ, ନମିତା ନାଗ, ଦମୟନ୍ତୀ ଜଗଦଲା, କଳ୍ପନା ବିହାରୀ, ଜୟଶ୍ରୀ ସୁନା, ରାଜେଶ୍ୱରୀ ବାଗ, ପ୍ରଭାସିନୀ ନାଗ, କ୍ରିଷ୍ଣା କୁମ୍ଭାର, ମିନତି ବାରିକ, ଧାରଣୀ କୁମ୍ଭାର, ମୌସୁମୀ ମନହୀରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.