ଗୋପବନ୍ଧୁ ପାଠାଗାରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ପରିସରରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପାଠାଗାରର ବରିଷ୍ଠ ସଦସ୍ୟ ଇଗ୍ନେସ ହାସଦା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମସ୍ତ ସଦସ୍ୟ ସମସ୍ୱରରେ ଜାତୀୟ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡଃ. ଗିରିଜା ଶଙ୍କର ଗୋସ୍ୱାମୀ, ଲକ୍ଷ୍ମଣ ନାଥ ଦାସ, ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ ଏବଂ ବିଶ୍ୱନାଥ ଜେନା ପ୍ରମୁଖ ସହାୟତା କରିଥିବା ବେଳେ ମିହିର ରାୟ, ଗୁରୁ ଚରଣ ପଟ୍ଟନାୟକ, ସୁଦର୍ଶନ ସାହୁ, କିଶୋରୀ ମୋହନ କର, ଭୀମସେନ ସାହୁ, ଜ୍ଞାନେନ୍ଦ୍ର କୁମାର ରାୟ, ସୁରେନ୍ଦ୍ର କୁମାର ପଣ୍ଡା, ବିବେକାନନ୍ଦ ଜେନା, ରବିନାରାୟଣ ସିଂହ, ପୁରୁଷୋତ୍ତମ ରାଉତ, ପ୍ରତାପ ଚନ୍ଦ୍ର ମହାନ୍ତି, ଜଗବନ୍ଧୁ ଜେନା, ଭୀମସେନ ସାହୁ, ପ୍ରକାଶ କୁମାର ମହାନ୍ତି, ମଧୁସୂଦନ ବଳ, ହରିଶ୍ଚନ୍ଦ୍ର ଭୂମିଜ, ଡଃ. ଶକ୍ତି ପ୍ରସାଦ ସାମନ୍ତରାୟ, ସର୍ବେଶ୍ଵର ଜେନା, ଦେବରାଜ ଗଉଡ଼, ଶଙ୍କର ପ୍ରସାଦ ତ୍ରିପାଠୀ, ଗୋପାଳ ପ୍ରସାଦ ଜେନା, ଉମେଶ ଚନ୍ଦ୍ର ଜେନା, ନାରାୟଣ ଚନ୍ଦ୍ର ଜେନା, ଅର୍ଜୁନ କୁମାର, ଅଜୟ କୁମାର ମହାନ୍ତି, ଧ୍ରୁବ ଚରଣ ନାୟକ, ନୀରଦ ଭୂଷଣ ପଟ୍ଟନାୟକ, ଶେଷଦେବ ପଣ୍ଡା, ରାଧାମୋହନ ନାୟକ, ଅଶୋକ ଶୁକ୍ଳା ଏବଂ ରମାକାନ୍ତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.