oom

ଟିଟିଲାଗଡ କେଜିଏନ୍‌ କମିଟି ପକ୍ଷରୁ ମୁସଲିମ କମ୍ୟୁନିଟି ହଲଠାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶ ସାରା ଆଜି ଭାରତର ସ୍ଵାଧୀନତା ଦିବସକୁ ପାଳନ କରାଯାଉଛି । ସରକାରୀ, ବେସରକାରୀ ସ୍ତରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରୁଛନ୍ତି । ଏହି ପରିପ୍ରକ୍ଷୀରେ ଟିଟିଲାଗଡ କେଜିଏନ୍‌ କମିଟି ଟିଟିଲାଗଡ ତରଫରୁ ହିନ୍ଦୀ ହାଇସ୍କୁଲ ନିକଟରେ ଥିବା ମୁସଲିମ କମ୍ୟୁନିଟି ହଲଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ହିନ୍ଦୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଚକୋଲେଟ ବଣ୍ଟନ କରାଯାଇଥିଲା । କମିଟିର ସଭାପତି ହିଫ୍‌ ଜୁଲ୍‌ ରେହେମାନ୍, ଉପସଭାପତି ଏହେମଦ୍‌ ଖାଁ, ସମ୍ପାଦକ ଏମ୍‌ଡି ଆବାସ ଖାଁ, ସହ ସଂପାଦକ ତୋଫିକ ଖାଁ, କୋଷାଧ୍ୟକ୍ଷ ରାଜୁ ମେମନ୍, ସଦସ୍ୟ ଇମରାନ, ହରୁନ, ତୋଫିକ, ୱାସିମ୍, ସବୀର, ରଫିଉଲ୍ଲାହ, ଅକ୍ରମ, ହସମ୍, ଇମାମ, ଉବେଦ ରାଜା, ମୌଜମ, ଅବଦୁଲ ଗଫାର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.