ଚାଷୀମାନଙ୍କ ଦ୍ୱାରା ଚାଷ ଜମିରେ ୭୬ତମ ସ୍ୱାଧୀନତା ଦିବସ ପାଳନ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡକଲା ଗାଁର ଚାଷମାନେ ନିଜ ଚାଷ ଜମିରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଏହି ଅବସରରେ ବାଞ୍ଛାନିଧି ମାଝି, ପରଖିତ ଚିର୍‌ଗୁନ, ଯୁଗେ ମାଝି, ହେମସାଗର ମାଝି, ତିଲୋତମା ମାଝି, ସାଏବନି ମାଝି, ସଜନେ ମାଝି, ରିମା ମାଝି, ମୋହନ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମତି ପ୍ରେମଲତା ମାଝି ପତାକା ଉତ୍ତୋଳନ କରିଥିଲେ । ସମସ୍ତ ଚାଷୀ ହର୍ଷ ଉଲ୍ଲାସିତ ହୋଇ ଏକ ନିଆରା ଢଙ୍ଗରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରିଥିଲେ ।

Leave A Reply

Your email address will not be published.