oom

କୋକସରାରେ ୭୬ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ

jsmm

କୋକସରା, (କେପିଏନ୍‌ଏସ୍‌) : ଦେଶର ୭୬ତମ ସ୍ୱାଧୀନତା ଦିବସ ଅବସରରେ କଳାହାଣ୍ଡି ଜିଲ୍ଳାର କୋକସରା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟଳୟରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି । ଚଳିତ ବର୍ଷ ଦେଶର ସ୍ୱାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଦେଶରେ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହେଉଛି । ବ୍ଲକର ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡୁଥିବା ବେଳେ ପ୍ରବଳ ବର୍ଷା ସତ୍ୱେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ବ୍ଲର ଆମପାଣି, ଲଡୁଗାଁ, କୋକସରା, ମୋଟେର, ଡୁଡୁକାଠେଙ୍ଗା, ଗୋତମୁଣ୍ଡା, ଟେମ୍‌ରା, ରଏନ୍‌ଗୁଡା, ସରନପୋଡାଗୁଡା, ଖୁଣ୍ଟିଆ, ନୂଆଁଗୁଡା, ଡହଗାଁ, ସାରସମାଲ, ମାଝିଗୁଡା, କାଶିବାହାଲ, ଧନଶରା, ତୁନଗାଁ, ଫୁପ୍‌ଗାଁ, ଡୁଙ୍ଗୁରିଗୁଡି, ଆଁଇଲି ସୁପାଡ, କାଉଡୋଲା, ବିରିମୁହାଣ, ତଲାଗାଁ, ବଡକେନ୍ଦୁଗୁଡା, ଦର୍ଲିପଡା, ଡେଙ୍ଗଗୁଡା, ମହିମା, ସିରଲଗୁଡା ପ୍ରଭୃତି ଗାଁ ମାନଙ୍କରେ ନାହିଁ ନଥିବା ବର୍ଷା ସତ୍ୱେ ପତାକା ଉତ୍ତୋଳନ ହୋଇଯାଇଛି । ବ୍ଲଖ ଶିକ୍ଷାଧିକାରୀ ନେପାଲ ବାଗ୍‌, ଅତିରିକ୍ତ ବ୍ଲଖ ଶିକ୍ଷା ଅଧିକାରୀ ତୋଫାନ ମାଝୀ ଏବଂ ସମସ୍ତ ସିଆର୍‌ସିସିଙ୍କ ତତ୍ୱାବଧାନରେ ପତାକା ଉତ୍ତୋଳନ ହୋଇଛି ।

jittmm
Leave A Reply

Your email address will not be published.