ତେନ୍ତୁଳିଖୁଣ୍ଟିରେ ସ୍ଵାଧୀନତା ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ବାପୁଜୀ ଯୁବକ ସଂଘ ତେନ୍ତୁଲିଖୁଣ୍ଟି ଗ୍ରାମ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ମହା ଆଡମ୍ବର ସହ ପାଳନ କରାଯାଇଥିଲା । ଏହି ଅବସରରେ କ୍ଲବର ଯୁବ ସଦସ୍ୟ ସୁଜିତ କୁମାର ବେହେରାଙ୍କ ନେତୃତ୍ୱରେ ୨୯ ତମ ଜୋନ ଜିଲ୍ଲା ପରିଷଦ ପ୍ରତିନିଧି କୈବଲ୍ୟ ବେହେରା ପତାକା ଉତ୍ତୋଳନ କରିଥିଲେ । ଏହି ପବିତ୍ର ଦିବସରେ କ୍ଲବର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଦିବସରେ ସମସ୍ତ କର୍ମକର୍ତ୍ତାଙ୍କ ମିଳିତ ଉଦ୍ୟମରେ କେତେକ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା ଏବଂ ବୃକ୍ଷର ଯତ୍ନ ନେବା ପାଈଁ ସଂକଳ୍ପ ନିଆଯାଇଥିଲା । ଏହି ସମୟରେ କ୍ଲବ ସଦସ୍ୟ ଲୋଚନ, ଶତ୍ରୁଘନ, ବିକାଶ, ଅଜୟ, ଉପ, ପିଣ୍ଟୁ, ଦୁଷ୍ମନ୍ତ, ରିଙ୍କୁ, ରାଜେଶ, ଦଶରଥ, ଆଲୋକ ସହ ଅନେକ ଭଦ୍ର ବ୍ୟକ୍ତି ଏବଂ କୁନି କୁନି ଛୁଆମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରତି ବର୍ଷ ଭାରତର ଏହି ପବିତ୍ର ସ୍ୱାଧୀନତା ଦିବସକୁ ଭକ୍ତିର ସହ ପାଳନ କରିବା ପାଈଁ ଚେଷ୍ଟା ଜାରି ରଖିବୁ ବୋଲି କ୍ଲବର ଯୁବ ସଦସ୍ୟ ସୁଜିତ କୁମାର ବେହେରା କହିଛନ୍ତି ।

Leave A Reply

Your email address will not be published.