jayashree

ସ୍ୱାଧୀନତା ହିଁ ମାନବର ସର୍ବୋଚ୍ଚ ସମ୍ମାନ ଓ ଅଧିକାର : ଅକୃର ମାର୍ଥା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ପତାଞ୍ଜଳି ଯୋଗ ପରିବାର ତରଫରୁ ରାଉରକେଲା ସେକ୍ଟର -୪ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ର ପ୍ରାଙ୍ଗଣରେ ଏବଂ କମ୍ୟୁନିଟ ସେଣ୍ଟରର ମିଳିତ ସହଯୋଗରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ରାଜ୍ୟ ସହପ୍ରଭାରୀ ଅକୃର ମାର୍ଥା ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସାମୁହିକ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଶ୍ରୀ ମାର୍ଥା ଉପସ୍ଥିତଙ୍କୁ ଉଦ୍‌ବୋଧନ ଦେଇ ସ୍ୱାଧୀନତା ହିଁ ମାନବର ସର୍ବୋଚ୍ଚ ସମ୍ମାନ ଓ ଅଧିକାର ବୋଲି ବର୍ଣ୍ଣନା କରିଥିଲେ । ଭାରତ ଭୂମିରେ ଆମେ ଜନ୍ମ ନେଇଥିବାରୁ ଆଜି ଆମେ ଗର୍ବିତ ଓ ଭାଗ୍ୟଶାଳୀ । ଆମର ପୂର୍ବଜମାନଙ୍କ ବଳିଦାନ ଓ ତପସ୍ୟା ଯୋଗୁଁ ଆଜି ଆମେ ସ୍ଵାଧୀନ ଭାରତର ଜଣେ ନାଗରିକ ହୋଇ ସୁଖ ଶାନ୍ତିରେ ବସବାସ କରିବାର ସୁଯୋଗ ପାଇଛୁ । ଜନସାଧାରଣଙ୍କର ଉନ୍ନତି ପାଇଁ ବିଭିନ୍ନ ସମୟରେ ସରକାର ବିବିଧ ଯୋଜନା କରିଥିଲେ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ପାରୁନଥିଲା । ସରକାର ୩୭୦ ଧାରା ଉଚ୍ଛେଦ କରି ଜାମ୍ମୁ ଓ କାଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ପ୍ରମାଣିତ କଲେ, ମୁସଲମାନ ଭଉଣୀଙ୍କ ପାଇଁ ତିନି ତଲାକ ଉଚ୍ଛେଦ କଲେ, ଦୀର୍ଘ ବର୍ଷ ଧରି ରାମ ମନ୍ଦିର ନିର୍ମାଣର ସମାଧାନ କଲେ । ଭାରତର ସଂସ୍କୃତି, ପରମ୍ପରାକୁ ଉଦ୍‌ଜୀବିତ କରିବା ପାଇଁ ଯୋଗକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରିବାକୁ ପ୍ରୟାସ କରି ସଫଳ ହେଲେ ଏହାଠାରୁ ବଡ କିଛି ହୋଇପାରେନା । ନେତା ଯଦି ଦେଶ ପାଇଁ ସମର୍ପିତ ହେବେ ସେ ଦେଶ ନିଶ୍ଚିତ ଭାବେ ବୈଭବଶାଳୀ ହୋଇପାରିବ । ଆଜିର ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ରୂପେ ଯୋଗ ଦେଇଥିଲେ କମ୍ୟୁନିଟି ସେଣ୍ଟରର ସଭାପତି ରାମଚନ୍ଦ୍ର ଗୌଡ଼, ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁ, ଜିଲ୍ଲା ବିଏସ୍‌ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ପ୍ରଭାରୀ ଆରତୀ କର । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏହି ଯୋଗ କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ତପସ୍ଵିନୀ ସାହୁ ଏବଂ ଦେଶାତ୍ମକ ବୋଧ ଗାନକରିଥିଲେ ମମତା ରାଉତ, ମମତା ନାୟକ, କୌଶଲ୍ୟା ପୃଷ୍ଟି, ଗାୟତ୍ରୀ ମହାନ୍ତି, ସୁଚନ୍ଦନା । ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ସନ୍ଧ୍ୟାରାନୀ ସାହୁ, ମମତା ରାଉତ, ପୁଷ୍ପଶ୍ରୀ ସାହୁ, ଉର୍ମିଳା ସାହୁଙ୍କ ସୁଦ୍ଧା ଲେଙ୍କା, ଦିଲ୍ଲୀପ ଲେଙ୍କା ସମେତ ଶତାଧିକ ସାଧକ ସାଧିକା, କମ୍ୟୁନିଟି ସେଣ୍ଟରର ସଦସ୍ୟ ବୃନ୍ଦ, ସ୍ମାର୍ଟ ଲେଡ଼ିଜ କ୍ଲବର ସଭାନେତ୍ରୀ ଲୀନା ନାୟକ ଓ ତାଙ୍କ ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.