oom

ତିନି ଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ଉଦ୍‌ଯାପିତ : ଅନ୍ତରାଜ୍ୟ ସ୍ୱଦେଶୀ ବିହନ ସଂରକ୍ଷଣ ସଂଗଠନ ଗଠିତ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କଂସିଲଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଗ୍ରାମ୍ୟ ଉନ୍ନୟନ ସମିତି ବ୍ଲକ ଫେଡରେସନ୍‌ ସଭାପତି ଜୀବର୍ଦ୍ଧନ ସାହୁ, ଉପସଭାପତି ଦ୍ରୋଣ ସାହୁ, ଜୈବିକ ଚାଷୀ ତିରଞ୍ଜି ମେର୍ଲି, ବିରେନ୍ଦ୍ର ସାହୁ, ଦେବକୀ ମହାନନ୍ଦ, ସୌଭାଗ୍ୟ ଗହୀର, ସୁକାନ୍ତି ଭୋଇ, କନ୍ଧମାଳ ଓ ବରଗଡ଼ ଜିଲ୍ଲାର ଜୈବିକ ଚାଷୀ ନେତା ତଥା ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶର ଚାଷୀ ନେତା ପ୍ରମୁଖ ଯୋଗ ଦେଇ ସ୍ୱଦେଶୀ ବିହନ ସୁରକ୍ଷା ନିମନ୍ତେ ଆନ୍ତରାଜ୍ୟ ସ୍ୱଦେଶୀ ବିହନ ସଂରକ୍ଷଣ ସଂଗଠନ ନାମରେ ଏକ ଅନୁଷ୍ଠାନ ତିଆରି କରି କର୍ମକର୍ତ୍ତା ଚୟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଜିଓର ରାଜ୍ୟ ସଂଯୋଜକ ବସନ୍ତ କୁମାର ପାଣିଗ୍ରାହୀ, ଅମର କୁମାର ଗଉଡ଼ ଉପସ୍ଥିତ ଥିବା ବେଳେ ଅମ୍ବରିଷ ମିଶ୍ର, ଜିତେନ୍ଦ୍ର ଭୋଇ, କିଶୋର ଦାଶ୍, ଲିଙ୍ଗ ପାତ୍ର, ବିନୋଦିନୀ ନାଏକ, ପୁଷ୍ପା ବାରିକ, ବାସନ୍ତୀ ସାହୁ, ଥବିର ଜାନୀ, ହେମନ୍ତ ସାହୁ, ଜଗନ୍ନାଥ ଭୋଇ, ରାଜେନ୍ଦ୍ର ସା, ପ୍ରବୀଣ ଭୋଇ, ନୀଳକଣ୍ଠ ପାତ୍ର, କମଳ ଧର ମାଝୀ, ଜନ୍ମେଜୟ ରାଉତ, ତିଳେଶ୍ୱର ଗୌଡ଼, ସହଯୋଗ କରିଥିଲେ । ମେଳାରେ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିଲେ ଓ ଜଗଦୀଶ ପ୍ରସାଦ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତିନି ଦିବସିୟ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୫ଟି ପ୍ରଦର୍ଶନୀ ଷ୍ଟଲ ଲଗାଯାଇ ପାରମ୍ପରିକ ବିହନ ଓ ଖାଦ୍ୟର ପ୍ରଚାର ପ୍ରସାର କରାଯାଇଥିଲା ।

jittmm
Leave A Reply

Your email address will not be published.