ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଗାନ୍ଧିଜୀଙ୍କ ଜନ୍ମଦିବସର ଅବ୍ୟବହିତ ପୂର୍ବରୁ ସହରରେ ସ୍ୱଚ୍ଛ-ଭାରତ ଅଭିଯାନ ସମ୍ପର୍କିତ ଏକ ସଚେତନତା ରାଲି ବାହାରିଥିଲା । ବର୍ଣ୍ଣାଢ଼୍ୟ ସମାରୋହରେ ବିଭିନ୍ନ ବର୍ଗର କର୍ମଚାରୀ, ଷ୍ଟାଫ, ସ୍ୱଚ୍ଛ-ସାଥୀ, କାଉନ୍ସିଲର ପ୍ରମୁଖ ଛତ୍ରପୁର ସହର ପରିକ୍ରମା କରି ସ୍ବାଧୀନତାର ବାର୍ତ୍ତା ବହନ କରିଥିବା ସାଂଗକୁ ସ୍ୱଚ୍ଛତା ହିଁ ଆମ ଜୀବନ ଉପରେ ସମାଜକୁ ଅନେକ ଦିଗଦର୍ଶନ ଦେଇ ଗାନ୍ଧିଜୀଙ୍କ ଜୟଗାନ କରିଥିଲେ । ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଚେୟାରମ୍ୟାନ ଶର୍ମିଷ୍ଠା ପ୍ରଧାନ, ଭାଇସ-ଚେୟାରମ୍ୟାନ ଜି.ପାପା ରାଓ, କାଉନ୍ସିଲର କେ.ରମେଶ, ଦେବାଶିଷ ମିଶ୍ର, ଯୁବ ସମାଜସେବୀ ବାଦଲ ପାଣ୍ଡି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
Prev Post