oom

ପଞ୍ଚାୟତ ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍) ତରଫରୁ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅର୍ଥନୀତି ବିଭାଗର ପ୍ରଫେସର ଡକ୍ଟର ପତିତପାବନ ସାହୁ ଉକ୍ତ ସଭାରେ ସଭାପତିତ୍ୱ ପୂର୍ବକ ସ୍ୱଚ୍ଛତା ପକ୍ଷ ସମ୍ପର୍କୀତ ନିଜର ଅଭିମତ ପ୍ରଦାନ କରିଥିଲେ । ସେ କହିଥିଲେ – ‘ସ୍ୱଚ୍ଛତା ହିଁ – ପବିତ୍ରତା ‘ ଯାହା ଭଗବାନଙ୍କ ନିକଟବର୍ତ୍ତୀ କରାଏ । ଏହାଛଡା ଏନ୍ଏସ୍ଏସ୍‌ର ଘକ୍ଟଗ୍ଧ ଜ୍ଞର, ଈଙ୍କଗ୍ଧ ଚ୍ଚକ୍ଟଙ୍କର ଲକ୍ଷ୍ୟ ପୂରଣ ଦିଗରେ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ପରାମର୍ଶ ଦେବା ସହିତ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଦିଗରେ ସମସ୍ତେ ସଚେତନ ହେବା ଉଚିତ୍ ବୋଲି କହିଥିଲେ । ଇତିହାସ ବିଭାଗର ବିଭାଗ ମୁଖ୍ୟ ତଥା ଏନ୍ଏସ୍ଏସ୍‌ର କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ନକୁଳ ସେଠ୍ ଉକ୍ତ କାର୍ଯ୍ୟକ୍ରମ ଆୟୋଜନର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସମେତ ଏହାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଯୋଜନା ଦ୍ୱାରା ଆୟୋଜିତ ହେଉଥିବା ବିଭିନ୍ନ ଶିବିର ସମ୍ପର୍କରେ ମଧ୍ୟ ପ୍ରଫେସର ଡକ୍ଟର ସେଠ୍ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସଂସ୍କୃତ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସୁଷମା, ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ବିଜୟ କୁମାର ନାଗ, ଇଂରେଜୀ ବିଭାଗର ସହକାରୀ ପ୍ରଫେସର ଶ୍ରୀମତୀ ରାଜଶ୍ରୀ ଭଞ୍ଜ, ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସୂର୍ଯ୍ୟକାନ୍ତୀ ସିକନ୍ଦର, ଓଡ଼ିଆ ବିଭାଗର ଅଧ୍ୟାପକ ସୁରେଶ କୁମାର ମାଝୀ ଓ ଧନ୍ଦାମୂଳକ ଶିକ୍ଷାର ଅଧ୍ୟାପିକା ସୁଶ୍ରୀ ଏବଲିନ୍ ନମିତା ବାଆ ପ୍ରମୁଖ ସ୍ୱଚ୍ଛତା ପକ୍ଷ ସମ୍ପର୍କୀତ ବକ୍ତବ୍ୟମାନ ପ୍ରଦାନ କରିଥିଲେ । ଅଧ୍ୟକ୍ଷଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କରି, ସାନିଟାଇଜର ବ୍ୟବହାର ପୂର୍ବକ କୋଭିଡ୍ ନିୟମର ସମସ୍ତ କଟକଣାକୁ ମାନି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାଛଡା ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଡକ୍ଟର ନକୁଳ ସେଠ୍ ସଂଯୋଜନା କରିଥିବା ବେଳେ ଏନ୍ଏସ୍ଏସ୍‌ର ଅନ୍ୟ କାର୍ଯ୍ୟକ୍ରମ ଅଧିକାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପକ ସୁରେଶ କୁମାର ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.