ମାଁ ଖମ୍ବେଶ୍ୱରୀ ଶକ୍ତି ପୀଠରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବାସନ୍ତୀ କଲୋନୀ ସ୍ଥିତ ମାଁ ଖମ୍ବେଶ୍ୱରୀ ଶକ୍ତି ପୀଠ, ରାଉରକେଲାର ସଦସ୍ୟମାନଙ୍କ ଆଗ୍ରହ ଓ ଅନୁରୋଧ କ୍ରମେ, ଅଗ୍ରଣୀ ସାମାଜିକ ସଂଗଠନ “କ୍ଳୀନ ଓ ଗ୍ରୀନ”ର ସଦସ୍ୟମାନେ ମନୋଜ ନାୟକଙ୍କ ଆବାହକତ୍ୱ ତଥା ବରିଷ୍ଠ ସଦସ୍ୟ ସାଗର ପାଣି ଓ ଦୀନେଶ ସିଂଙ୍କ ନେତୃତ୍ୱରେ ମନ୍ଦିର ପ୍ରାଙ୍ଗଣରେ ସମବେତ ହୋଇଥିଲେ । ମନ୍ଦିର ପ୍ରାଙ୍ଗଣ, ତତ୍‌ସଂଲଗ୍ନ ପରିସର ଅନାବନା ଘାସ ଓ ଛୋଟ ଛୋଟ ବୃକ୍ଷରେ ପରିପୂର୍ଣ୍ଣ ଥିଲା । ଉପସ୍ଥିତ ସଦସ୍ୟମାନେ ପ୍ରାୟ ୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ମନ୍ଦିର ପରିସରକୁ ସଫା କରି ସମ୍ପୂର୍ଣ୍ଣ ପରିସରକୁ ଏକ ନୂଆ ଜୀବନ ଦେଇଥିଲେ । ଏହି କାର୍ଯ୍ୟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ । ଶେଷରେ “କ୍ଳୀନ ଓ ଗ୍ରୀନ”ର ସଦସ୍ୟ ପ୍ରଫୁଲ ପାତ୍ରଙ୍କ ଶାନ୍ତି ମନ୍ତ୍ର ଓ ସାମୁହିକ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟ ସମାପନ କରାଯାଇଥିଲା । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସର୍ବଶ୍ରୀ ଦୀନେଶ ସିଂ, ସାଗର ପାଣି, ମନୋଜ ନାୟକ, ବାବୁ ନାୟକ, ବାବୁସାନ, ଅଶୋକ ପଟେଲ, ପ୍ରଫୁଲ ପାତ୍ର, ପ୍ରଦୀପ୍ତ ଭୋଇ, ପିତାମ୍ବର ସେଠୀ, ସତ୍ୟ ଦାସ, ସୁମନ୍ତ ଉପାଧ୍ୟାୟ, ଡି.ପି ଦାସ, ସୁଜିତ, ଜାଜ୍ଞବଲକ ମିଶ୍ର, ସୁରେଶ ଲେଙ୍କା, ଚନ୍ଦ୍ରକାନ୍ତ, ପ୍ରଦୀପ ପଟ୍ଟନାୟକ, ପ୍ରଦୀପ ପାତ୍ର , ସୁବ୍ରଜିତ ବିଶ୍ୱାଳ, ପ୍ରଶାନ୍ତ ନାୟକ, ସୁକୁ କିଣ୍ଡୋ, ଅକ୍ଷୟ ବାବୁ, ଜ୍ଞାନଜିତ, ପ୍ରଦୀପ ସ୍ୱାଇଁ, କମଲେଶ ମିଶ୍ର, ବାପି, ହେମନ୍ତ, ସୂଦୀପ ଦତ୍ତ, ରାଜକିଶୋର ସାମଲ, ମିନତୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.