‘ସ୍ଵଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ସ୍ୱଚ୍ଛତା ହିଁ ସେବା ଅଭିଯାନ ଭାରତ ବର୍ଷର ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଯାହାକି ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସହିତ ସ୍ୱଚ୍ଛତା ଦିଗରେ ଜନସଚେତନତା ସୃଷ୍ଟି କରିବା ଓ ପ୍ରେରଣା ଦାୟକ କାର୍ଯ୍ୟ କରିବ ଏହି ଅଭିଯାନର ମୂଳ ଲକ୍ଷ୍ୟ ।
ଏହି ପରିପ୍ରେକ୍ଷୀରେ ଆଜି ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସେବାଜଗତ, ସ୍ଥାନୀୟ ସାମାଜିକ ଅନୁଷ୍ଠାନ ଓ ବୁରାଟ ଗ୍ରାମବାସୀମାନଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଥିଲା । ଏଥିରେ ସେବାଜଗତ ତଥା ବିଭିନ୍ନ ଅନୁଷ୍ଠାନର ୩୭ଜଣ ସ୍ୱେଛାସେବୀ ବାହାରି ବୁରାଟ ଗ୍ରାମର ସଫାଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ, ବୁରାଟ ଗ୍ରାମର ମୁଖିଆ ପୂର୍ଣ୍ଣ ଭାଇ ଓ ସେବାଜଗତ ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥଲେ ।

Leave A Reply

Your email address will not be published.