ବଲାଙ୍ଗିର, (କେପିଏନ୍ଏସ୍) : ୧୮୯ ବାଟାଲିୟନ ସିଆର୍ପିଏଫ୍ ଦ୍ୱାରା ସରକାରୀ କାର୍ୟ୍ୟାଳୟରେ ଏକ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ଆୟୋଜିତ ହୋଇଯାଇଛି । ଆଜି ୧୮୯ ବାଟାଲିୟନ ସିଆର୍ପିଏଫ୍ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ଶାନ୍ତିପଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ କରାଯାଇଥିଲା । ଏହି ଅବସରରେ ଡେପୁଟି କମିଶନର ମୁଜୀବ ଅଲୀ, ଇନ୍ସପେକ୍ଟର/ଜିଡି ସନ୍ତୋଷ କୁମାର ଏବଂ ୟୁନିଟ୍ର ଅନେକ କର୍ମଚାରୀ ତଥା ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।