oom

ବିଦ୍ୟାଳୟର ଅନ୍ତେବାସୀଙ୍କୁ ପନିପରିବା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା

jsmm

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଞ୍ଚଳର ମିଶନ ଶକ୍ତି ପକ୍ଷରୁ ସ୍ୱୀକୃତିପ୍ରାପ୍ତ ୧୦ଟି ମହିଳା ଗୋଷ୍ଠୀର ମହିଳାମାନେ ବିଭିନ୍ନ ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ଗାଡ଼ିରେ ପନିପରିବା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଖାଦ୍ୟ ସାମଗ୍ରୀ ମଧ୍ୟ୍ୟରେ ପନିପରିବା, ଗ୍ରୋସରୀ ସାମଗ୍ରୀ, ଚାଉଳ ବ୍ୟତୀତ ସମସ୍ତ ସାମଗ୍ରୀ ମାନ ଅଞ୍ଚଳର ସମସ୍ତ ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗାଇ ଦେବାରେ ରାଜିନାମା କରାଯାଇ ଏହି ମହିଳା ଗୋଷ୍ଠୀମାନଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ସମସ୍ତ ସାମଗ୍ରୀ ଗୁଡିକୁ ପ୍ରଥମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମା ଶଙ୍କର ଦଳେଇ ଏବଂ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭରତ ଗୁରୁ ଯାଞ୍ଚ କରିବା ପରେ ବିଭିନ୍ନ ଗାଡ଼ିରେ ସାମଗ୍ରୀ ବୋଝେଇ ହୋଇଥିଲା । ଏହି ସାମଗ୍ରୀ ଗାଡି ଗୁଡିକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ତାଙ୍କ ସହ ସ୍ଥାନୀୟ ସରପଞ୍ଚ ପୃଥ୍ୱୀରାଜ ମାଝି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । କାଲିମେଳା ମିଶନ ଶକ୍ତି ପକ୍ଷରୁ ଶ୍ରୀକ୍ଷେତ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପଦ୍ମଶ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଜୟ ମା’ ଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ତିନୋଟି ଗ୍ରୁପ ବ୍ଲକ ସଦରରେ ଥିବା ବିଦ୍ୟାଳୟମାନଙ୍କର ଅନ୍ତେବାସୀମାନଙ୍କୁ ବଣ୍ଟନ ଆରମ୍ଭ କରିଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.