ରେଳ ବିଭାଗର ଅବହେଳା ଯୋଗୁଁ ଉଜୁଡ଼ିଗଲା ଏକର ଏକର ଚାଷ ଜମି କ୍ଷତି ପୂରଣ ଦାବି କଲେ ଡ. ସୁଶୀଲ ପତି :

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରେଳ ବିଭାଗ ଏବେ ଚାରିଆଡେ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ନିକଟସ୍ଥ ସିକେର ଷ୍ଟେସନର ମଧ୍ୟ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ପରିତାପର ବିଷୟ ଏହି କି ଯେ ସିକିର ଷ୍ଟେସନ ନିକଟରେ ହେଉଥିବା ରେଳ ଲାଇନର ଦୋହରୀ କରଣ ତଥା ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ରେଳ ଧାରଣାରେ ବିଛାଉଥିବା ସିମେଣ୍ଟ ପ୍ଲେଟ ଗଦା ହୋଇଛି । ଗଦା ହୋଇଥିବା ସ୍ଥାନର ତଳ ପଟେ ଡ. ସୁଶୀଲ ପତିଙ୍କ ଚାଷ ଜମି ରହିଛି । ସେହି ଚାଷ ଜମିରେ ବର୍ଷା ଯୋଗୁଁ ରେଳ ବିଭାଗ ଉଚ୍ଚ କରିଥିବା ମାଟି ଧସି ଆସି ଶ୍ରୀ ପତିଙ୍କ ଚାଷ ଜମିରେ ପଶି ଯିବା ଯୋଗୁଁ ଚାଷ ଜମି ନଷ୍ଟ ହୋଇଯାଇଛି । ଆଗରୁ ୮୦ରୁ ୯୦ କୁଇଣ୍ଟାଲ ଧାନ ବାହାରୁଥିବା ବେଳେ ରେଳ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏବେ ୨୯ କୁଇଣ୍ଟ।ଲ ଧାନ ମିଳିଛି । ଏନେଇ ଡ. ପତି ଦୁଇ ଥର ରେଳ ବିଭାଗର ଡିଆର୍‌ଏମ୍‌ଙ୍କୁ ଲେଖି ଜଣାଇବା ପରେ କିଛି ସୁଫଳ ମିଳି ନପାରିବାରୁ ଓକିଲଙ୍କ ଦ୍ଵାରା ରେଳ ବିଭାଗକୁ ପ୍ଲିଡର ନୋଟିସ ଦେବା ପରେ ବିଭାଗ ପକ୍ଷରୁ କିଛି ସ୍ଥାନରୁ ମାଟି ନ ଖସିବା ପାଇଁ ଗାର୍ଡ ୱାଲ ଦିଆଯାଇଛି ଯାହାକି ଯଥେଷ୍ଟ ନୁହେଁ । ଚାଷ ଜମିର ଚାରି ପଟେ ଗାର୍ଡ ୱାଲ୍ ଦେବାକୁ ଦାବି କରିବା ସହ ଯେହେତୁ ଚାଷ ଜମିର ଉର୍ବରତା ଆଉ ନ ରହିବା ଯୋଗୁଁ ଯେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହାର କ୍ଷତି ପୂରଣ ଦାବି କରିଛନ୍ତି । ଏ ଦିଗରେ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଡ. ପତି ଦାବି କରିଛନ୍ତି ।

Leave A Reply

Your email address will not be published.