oom

ନରେନ୍ଦ୍ର ମୋଦୀ ସେବା ଓ ସୁଶାସନର ପ୍ରବର୍ତ୍ତକ : ଡା. ମହେନ୍ଦ୍ରଭାଇ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ସଂଯୁକ୍ତ ମୋର୍ଚ୍ଚାର ସମ୍ମିଳନୀ ଭଞ୍ଜ ଭବନ ଅଡିଟୋରିୟମଠାରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ରଭାଇ (ମହିଳା ଓ ଶିଶୁ କଲ୍ୟାଣ ତଥା ଆୟୁଷ ମନ୍ତ୍ରାଳୟ), ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ସାମୁହିକ ବନ୍ଦେ ମାତରଂ ଗାନ କରାଯିବା ସହିତ ବାଲେଶ୍ଵର ନିକଟରେ ଟ୍ରେନ ଦୃଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ପ୍ରାର୍ଥନା କରାଯାଇଥିଲା । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମହେନ୍ଦ୍ରଭାଇ ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେବା ଓ ସୁଶାସନର ପ୍ରବର୍ତ୍ତକ ବୋଲି ବର୍ଣ୍ଣନା କରିଥିଲେ । ମୋଦୀ ସରକାର ମାତୃ ଶକ୍ତିଙ୍କୁ ସମସ୍ତ ପ୍ରକାର ସୁବିଧା ଓ ଅଧିକାର ଦେଇଥିବା କହିଥିଲେ । ସେ ତାଙ୍କ ବକ୍ତବ୍ୟରେ ସାଢେ ଏଗାର କୋଟି ଟଏଲେଟ୍ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଟ୍ରିପଲ୍ ତଲାକ ଉଚ୍ଛେଦ କରିବା, ମାତୃବନ୍ଦନା ଯୋଜନା, ଡିଜିଟାଲ ଇଣ୍ଡିଆ, ଆୟୁଷ୍ମାନ ଭାରତ କାର୍ଡ, କିଷାନ ସମ୍ମାନ ନିଧି ଯୋଜନା, ଇ-ଶ୍ରମ କାର୍ଡ, ପିଏମ୍ ଜନଔଷଧି କେନ୍ଦ୍ର, ହର ଘର ନଲ୍‌ ସେ ଜଲ୍‌, ଉଜ୍ଜଳା ଯୋଜନା, ଅମୃତ ଯୋଜନା ଆଦିର ସଫଳତା ଉପରେ ଆଲୋକପାତ କରିଥିଲେ । ମୋର୍ଚ୍ଚାମାନଙ୍କର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରତିଦିନ ୧୦ଟି ଘରକୁ ସମ୍ପର୍କ କରିବା ପାଇଁ କହିଥିଲେ । ସମ୍ମାନିତ ଅତିଥି ସାଂସଦ ଜୁଏଲ ଓରାମ ତାଙ୍କ ଭାଷଣରେ ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂର୍ଣ୍ଣ କରିଥିବା କହିଥିଲେ । ସୁପର ସୋସିଆଲିଟି ହସ୍ପିଟାଲ, ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ, ଏୟାରପୋର୍ଟ, ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ବିର୍ସାମୁଣ୍ଡା ଆଥେଲିଟିକ୍ ଷ୍ଟାଡିୟମ୍, ଏକଲବ୍ୟ ରେସିଡେନସିଆଲ ସ୍କୁଲ, ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ ପ୍ରତିନିଧି ବିଷ୍ଣୁ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମମତା ଗୌତମ, ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ବାବୁଲି ମୁର୍ମୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମା, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ରୋଷନ ସାହୁ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରୋହିତ ତନ୍ତୀ, ଜିଲ୍ଲା ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ସେଖ ମୁଜାହିଦ ପ୍ରମୁଖ ମୋଦୀ ସରକାରଙ୍କର ସଫଳତା ଉପରେ ବକ୍ତବ୍ୟ ଦେଇଥିଲେ । ଜିଲ୍ଲା ସମ୍ପାଦକ ପରେଶ୍ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ପଶ୍ଚିମ ମଣ୍ଡଳ ସଭାପତି ବସନ୍ତ ସାମଲ ଧନ୍ୟବାଦ୍ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.