
ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ରାଉରକେଲା ଓ ଦୀପିକା ଇଂରାଜି ମାଧ୍ୟମ ବିଦ୍ୟାଳୟ ସହଯୋଗ ଦ୍ଵାରା ଦୀପିକା ଇଂରାଜୀ ମାଧ୍ୟମ ବିଦୟାଳୟର ଲାଇବ୍ରେରୀ କକ୍ଷରେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ଗୃହୀଣିମାନଙ୍କ ଓ ବିଦ୍ୟାଳୟର ଶିକ୍ଷୟତ୍ରୀମାନଙ୍କ ପାଈଁ ଏକ ଗୃହ ସୁରକ୍ଷା ସଚେନତା କର୍ମଶାଳା ଅନୁଷ୍ଟିତ ହୋଇଯାଇଛି । ଏହି ସଚେତନ କର୍ମଶାଳାରେ କେମିତି ଉପାୟରେ ରନ୍ଧନ ଗ୍ୟାସ ସିଲିଣ୍ଡରକୁ ବ୍ୟବହାର କରିବା, କିଭଳି ଭାବେ ନିଜେ ଓ ନିଜ ଘରକୁ ସୁରକ୍ଷା ଦେଇପାରିବେ, ଘରର ବୈଦ୍ୟତ୍ୟୁକ୍ ସାମଗ୍ରୀର ବ୍ୟବହାର କେମିତି ଉପାୟରେ କରିବା, ବିଜୁଳି ମାରିବା ସମୟରେ କଣ ପଦକ୍ଷେପ ନେବା ଏବଂ ଘରେ ନିଆଁ ଲାଗିଲେ କେମିତି ନିଜକୁ ସୁରକ୍ଷା କରିବା ସଙ୍ଗେ ସଙ୍ଗେ ଘରକୁ ସୁରକ୍ଷା ଓ ନିଆଁକୁ ଆୟତ କରିପାରିବା ଓ ସ୍ଵାସ୍ଥ୍ୟ ଜନିତ ସମସ୍ୟା ଓ ଜରୁରୀ କାଳୀନ ପରିସ୍ଥିତିର କେମିତି ନିଜକୁ ସୁରକ୍ଷିତ ରଖିବା ଓ ତାର ମୁକାବିଲା କରିପାରିବା ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା ଓ ପ୍ରଶିକ୍ଷଣ ଦିଆଯାଇଥିଲା । ଶେଷରେ ରନ୍ଧନ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଲେ, ଘରେ ବିଜୁଳି ତାରରେ ନିଆଁ ଲାଗିଲେ ଓ ନିଆଁ ଲାଗିଲେ କେମିତି ଉପାୟରେ ତାକୁ ଲିଭା ଯାଇପାରିବ ତାର ଏକ ଡେମୋ ବା ଅଭ୍ୟାସ କରାଯାଇଥିଲା ଓ ଗୃହିଣୀ ମାନେ ମଧ୍ର ତାହାର ଅଭ୍ୟାସ କରିଥିଲେ । ଉକ୍ତ ସଚେତନ କର୍ମଶାଳାରେ ପରିଷଦର ସଭାପତି ସ୍ୱରୂପ କୁମାର ପାଣିଗ୍ରାହୀ ଅତିଥି ପରିଚୟ କରିବା ସଙ୍ଗେ ସଙ୍ଗେ ଅଂଶଗ୍ରହଣ କରିଥିବା ସମସ୍ତ ଗୃହିଣୀମାନଙ୍କୁ ସ୍ୱାଗତ କରିଥଲେ । ଏହି କର୍ମଶାଳାର ମୂଖ୍ୟଅତିଥି ଭାବେ ଭରତ ଭୂଷଣ ମହାନ୍ତି, ଅବସର ପ୍ରାପ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ଓ ନିଜ ଅଭିଭାଷଣରେ ସେ କହିଥିଲେ ଏହିପରି କର୍ମଶାଳା ଗୃହିଣୀ ମାନଙ୍କ ପାଇଁ ବାସ୍ତବ କର୍ମମୟ ଜୀବନରେ ବେଶ୍ ଉପାଦେୟ ହୋଇପାରିବ ଓ ପରିଷଦ ର ଏହିଭଳି ସଚେତନ କର୍ମଶାଳା କରୁଥିବାରୁ ପରିଷଦକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ପ୍ରବୀଣ ଶର୍ମା ଅଧ୍ୟକ୍ଷ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏହିଭଳି କାର୍ଯ୍ୟକ୍ରମ ନିଜ ବିଦ୍ୟାଳୟରେ ହେଉଥିବା ଯୋଗୁଁ ଖୁସି ବ୍ୟକ୍ତ କରିବା ସହିତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ କରାଯାଉ ବୋଲି ପରାମର୍ଶ ଦେଇଥିଲେ । ଏହି ସଚେତନ କର୍ମଶାଳାକୁ ବେସାମରିକ ପ୍ରତିରକ୍ଷା ବାହିନୀର ମାଷ୍ଟର ଟ୍ରେନର ଶୁଭେନ୍ଦୁ ପଣ୍ଡା ସମସ୍ତ ଗୃହିଣୀମାନଙ୍କୁ ବିସ୍ତୃତ ଭବେ ଆଲୋଚନ କରିବା ଓ ତାଲିମ ଦେବା ସଙ୍ଗେ ସଙ୍ଗେ ସୁଚାରୁ ରୂପେ ପରିଚାଳନା ମଧ୍ୟ କରିଥିଲେ ଓ ବେସାମରିକ ପ୍ରତିରକ୍ଷା ବାହିନୀର ସ୍ୱେଚ୍ଛାସେବୀ ସୁଦାମ ଚନ୍ଦ୍ର ସ୍ୱାଇଁ, ମଣ୍ଟୁ ଭୋଇ, ଅଜିତ ପ୍ରାସାଦ ଓ ସତ୍ୟଜିତ ସାହୁ ସହଯୋଗ କରିଥିଲେ । ଉକ୍ତ ସଚେତନ କର୍ମଶାଳାକୁ ସଫଲ ରୂପାୟନ ଦେବାରେ ପରିଷଦର ଗୃହିଣୀ ସଦସ୍ୟ ଡକ୍ଟର କିଶୋରୀ ଦାସ, ଡକ୍ଟର ସୌଭାଗ୍ୟ ମଞ୍ଜରୀ ଦାସ, ସନ୍ତୋସିନୀ ଭଇଁଶା, ରିନା ଜାଲ, ସଂଯୁକ୍ତା ପଲେଇ , ଅଳକା ମିଶ୍ର, ସୁଶ୍ରିତା ମହାପାତ୍ର, ବନ୍ଦିତା ନାଥ ଓ ଅନ୍ୟ ଗୃହିଣୀମାନଙ୍କ ବିଶେଷ ସହଯୋଗ ରହିଥିଲା । ଶେଷରେ ଏହି କର୍ମଶାଳାରେ ଶତାଧିକ ଗୃହିଣୀଙ୍କ ଉପସ୍ଥିତି, ବିଦ୍ୟାଳୟର ଅଧ୍ୟକ୍ଷ ଓ ତାଙ୍କର ସମସ୍ତ କର୍ମଚାରୀ ଓ ପରିଷଦର ସଦସ୍ୟମାନଙ୍କ ସହଯୋଗରେ ସମ୍ପାଦନ ହୋଇଥିବାରୁ ପରିଷଦର ଜନକଲ୍ୟାଣ ସମ୍ପାଦକ ଡକ୍ଟର ସୁବୋଧ ମେହେର ଧନ୍ୟବାଦ୍ ଅର୍ପଣ କରିଥଲେ ।