ଷୋହଳ ହଜାର ପଦ୍ମରେ ସଜେଇ ହେଲେ ମାଁ ସୁରେଶ୍ୱରୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପବିତ୍ର ବିଜୟା ଦଶମୀ ତିଥିରେ ମାଁ ସୁରେଶ୍ୱରୀ ଏକ ଅନନ୍ୟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ୧୬ ହଜାର ୮ ପଦ୍ମଫୁଲରେ ସଜେଇ ହୋଇଛନ୍ତି ମାଁ । ସୁବର୍ଣ୍ଣପୁର ରାମ ମନ୍ଦିରରୁ ହଜାର ହଜାର ଭକ୍ତ ଏକ ବିରାଟ ଶୋଭାଯାତ୍ରାରେ ପଦ୍ମଫୁଲ ନେଇ ମା’ଙ୍କ ପାଖରେ ପହଞ୍ଚିଥିଲେ । ପରେ ମା’ଙ୍କୁ ପଦ୍ମାଭିଷେକ କରାଯାଇଥିଲା । ଏହି ବିଜୟା ଦଶମୀ ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟର ପରେ ମା’ଙ୍କୁ ପଦ୍ମାଭିଷେକ କରିଥିଲେ । ସେହି ଶୃତିକୁ ମନେପକାଇ ତଥା ବିଶ୍ୱକଲ୍ୟାଣ ପାଇଁ ପଦ୍ମଭିଷେକ ଆୟୋଜନ କରାଯାଇଛି ।

Leave A Reply

Your email address will not be published.