ଦେଉଳ ଗାଁ ପଞ୍ଚାୟତ ସରପଞ୍ଚ ସୁରେଶ ପୁଟେଲଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ସରପଞ୍ଚ ସୁରେଶ ପୁଟେଲ(୪୬)ଙ୍କ ଗତକାଲି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କର ପଛରେ ସ୍ତ୍ରୀ ପୁଅ ଝିଅ ମାନଙ୍କୁ ଛାଡ଼ି ଚାଲିଯାଇଛନ୍ତି । ସେ ଜଣେ ଶାନ୍ତ ଶିଷ୍ଠ ମେଲାପୀ ବ୍ୟକ୍ତି ଥିଲେ ଓ ସମସ୍ତଙ୍କର ସୁଖଦୁଃଖର ସାଥୀ ପାଲଟିଥିଲେ । ସ୍ୱର୍ଗତ ପୁଟେଲ ବିବାହ କାର୍ୟ୍ୟରେ ରୋଷେଇ ଓ ମିଠା ତିଆରିବା କାର୍ଯ୍ୟ ବହୁତ ସୁନ୍ଦର ଭାବରେ କରୁଥିବାରୁ ଅଞ୍ଚଳରେ ବେଶ ପରିଚିତ ଥିଲେ । ସେ ଦେଉଳ ଗାଁ ସରପଞ୍ଚ ଦାୟିତ୍ୱରେ ଥିବା ବେଳେ ଲୋକଙ୍କର ସେବା ଶୁଶ୍ରୁଷାରେ ଅହରହ ଚେଷ୍ଟିତ ଥିଲେ ତାଙ୍କର ଅକାଳ ବିୟୋଗରେ ସରପଞ୍ଚ ସଂଘ ପାଟଣାଗଡ ପକ୍ଷରୁ ଓ ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ପ୍ରମୁଖ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.