ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାମୋହନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଧଣ୍ଡାମାଲ ସରପଞ୍ଚ ଶ୍ରୀମତୀ ସଞ୍ଜୁ ଶିକା , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଥନାପତି ଓ ମୁଖ୍ୟବକ୍ତା ରୂପେ ଧଣ୍ଡମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଯୋଶୀ ଯୋଗ ଦେଇଥିଲେ । ସି.ଆର.ସି.ସି ସତ୍ୟନାରାୟଣ ସେନାପତି ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସହକାରୀ ଶିକ୍ଷକ କଣ୍ଡୁରି ରାଉତ ଓ ପଞ୍ଚାନନ ଭୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଡଙ୍ଗରପଡା କ୍ଲଷ୍ଟରର ୧୧ ଟି ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଓ ଗାଇଡ ଶିକ୍ଷକ ଏବଂ ପ୍ରତିଯୋଗୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସୁଶାନ୍ତ ସାହୁ, ଜଗଦୀଶ ପଧାନ, ପ୍ରଦୀପ ଜେନା, ବିଧାନ ସେଠ, ନିକୁଞ୍ଜ ହରପାଳ, ସୁଜ୍ଞାନ ସେଠ, ହିମାଂଶୁ ନାଗ, ପଞ୍ଚୁ ଭୋଇ, ଆକୁଳ ପଧାନ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ସହକାରୀ ଶିକ୍ଷକ ଦୟାନିଧି ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.