ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାର ଭୟାବହତା ଯୋଗୁଁ ସୁରତରୁ ନିଜ ଗାଁକୁ ଚାଲି ଆସିଥିଲେ ଲୋକେ । କାମଧନ୍ଦା ନଥିବାରୁ ଘରେ ବସି ରହିଥିଲେ । ଏବେ କରୋନା କମିବା ପରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ପୁଣି ସୁରଟ ମୁହାଁ ଅବା ସୁରଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପେଟପାଟଣା ପାଇଁ ନିଜ ପରିବାରକୁ ଧରି ସୁରଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକ । ଏଥିପାଇଁ ବ୍ରହ୍ମପୁର, ଜଗନ୍ନାଥପୁର, ଛତ୍ରପୁର ଓ ଖଲ୍ଲିକୋଟ ଏବଂ ବାଲୁଗାଁ ରେଳ ଷ୍ଟେସନରେ ଭିଡ ଦେଖିବାକୁ ମିଳିଛି । ସୁରତରେ କରୋନା କଟକଣା କୋହଳ ହେବା ପରେ ସୂତାକଳ ଆରମ୍ଭ ହୋଇଛି । ତେଣୁ ପେଟପାଟଣା ପାଇଁ ସୁରଟ ଯିବା ଆରମ୍ଭ କରିଛନ୍ତି, ଓଡ଼ିଆ ଶ୍ରମିକ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକେ ସୁରଟ ଯାଉଛନ୍ତି । କରୋନାର ଦ୍ୱିତୀୟ ଲହର ଯୋଗୁଁ ଅନେକ ସ୍ଥାନରେ କଟକଣା ଜାରୀ କରାଯାଇଥିଲା । ଏହାପରେ ଘରମୁହାଁ ହୋଇଥିଲେ ଓଡିଆ ଶ୍ରମିକ । ଏବେ ଦ୍ୱିତୀୟ ଲହର କମିବା ପରେ ପୁଣି ସୁରଟ ମୁହାଁ ହୋଇଛନ୍ତି ଓଡିଆ ଶ୍ରମିକ ।