କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ଆଂଶିକ ସ୍ୱାଗତ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ତିନି କଳା କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଶୁକ୍ରବାର ସନ୍ଧ୍ୟା ସମୟରେ ବରଗଡ଼ ଗାନ୍ଧିଛକଠାରେ ଏହି ଘୋଷଣାକୁ ଆଂଶିକ ଭାବେ ସ୍ୱାଗତ କରାଯାଇଛି । ଚାଷୀମାନଙ୍କ ବହୁ ଦିନର ସଂଘର୍ଷ ସଫଳ ହେଲା ବୋଲି ସମ୍ବିଧାନ ସୁରକ୍ଷା ମଂଚର ଆବାହକ ପବିତ୍ର ଦେହେରୀ କହିଛନ୍ତି । ସେହିପରି ଧାନ ଓ ଅନ୍ୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦିଆଯାଉ ବୋଲି ରମେଶ ମହାପାତ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭବାନୀ ସାହୁ, ଦିନେଶ ଅଗ୍ରୱାଲ, ଅମୂଲ୍ୟ ଛତର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.