ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇଲେ ଭ୍ରାମ୍ୟମାଣ ଜଙ୍ଗଲ ସୁରକ୍ଷା କର୍ମୀ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଭ୍ରାମ୍ୟମାଣ ଜଙ୍ଗଲ ସୁରକ୍ଷା କର୍ମୀଙ୍କ ଏକ ଦଳ ଟିଟିଲାଗଡ଼ରୁ କାର୍ଯ୍ୟ ସାରି ଫେରୁଥିବା ସମୟରେ ବଲାଙ୍ଗିର ସହରର ଖର୍ଲିକାନି ବିଜିଲି ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ କେହି ଅସାମାଜିକ ବ୍ୟକ୍ତିମାନେ ନିଆଁ ଲଗାଇଦେଇ ଥିବାରୁ ନିଆଁ ବ୍ୟାପି ଥିବା ଦେଖିବାକୁ ପାଇଥିଲେ । ସଂଗେ ସଙ୍ଗେ ନିଜ ଜୀବନକୁ ଖାତିର ନକରି ନିଆଁ ଲିଭାଇବାରେ ଲାଗିପଡିଲେ ସୂରକ୍ଷା କର୍ମୀ । ଧୂଆଁରେ ନିଃଶ୍ୱାସ ନେବାକୁ ମଧ୍ୟ କଷ୍ଟ ହେଉଥିଲା । ତଥାପି ସାହସ କରି ନିଆଁକୁ ଆୟତ୍ତ କରିପାରିଥିଲେ । ଏହି ମହତ କାର୍ଯ୍ୟରେ ସାମିଲ ହୋଇଥିଲେ ସୁନିଲ ମିଶ୍ର, ଚନ୍ଦ୍ରକାନ୍ତି ଖମାରୀ, ସୁଧୀର ଜେନା, ମୋନାଲିସା ନନ୍ଦ ଓ ରାଜେଶ୍ୱରି ନାଗ । ବାଟରେ ଯାଉଥିବା ଲୋକେ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.