ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସ୍ଥାପନା ଦିବସ ଅଗଷ୍ଟ ୧୯ ତାରିଖରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସ୍ଥାପନା ଦିବସ ଆସନ୍ତା ଅଗଷ୍ଟ ୧୯ ତାରିଖ ଦିନ ପାଳନ କରିବା ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ସ୍ଥିରୀକୃତ ହୋଇଛି । ଏଥିପାଇଁ ସଂଗ୍ରାମୀ ବନ୍ଧୁଙ୍କ ସହିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୮ତମ ପ୍ରତିଷ୍ଠାରେ ଯୋଗଦାନ କରିବାକୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଅଶୀ ଦଶକରେ ଏକ ବିରାଟ ଆନ୍ଦୋଳନ ହୋଇଥିଲା ଯେଉଁଥି ପାଇଁ ଅଞ୍ଚଳର ଅନେକ ସଂଗ୍ରାମୀମାନେ ସ୍ପତଃସ୍ଫ୍ରୁତ ଭାବେ ଆନ୍ଦୋଳନରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.