centurian jitm

ହୀରାକୁଦ ଡ୍ୟାମ୍‌ର ବଢିଲା ସୁରକ୍ଷା : ପର୍ଯ୍ୟଟକଙ୍କୁ ବାରଣ

ସମ୍ବଲପୁର : ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ବଢିଲା ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ବ୍ୟବସ୍ଥା। ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍ ମନା । ଡ୍ୟାମ୍‌ର ଉଭୟ ପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ସହ ଲାଇଟ୍ ମେସିନ୍ ଗନ୍‌ର ବ୍ୟବସ୍ଥା କରାଯାଇଛି । ସୂଚନା ଥାଉକି, ଯୁଦ୍ଧ ମୁକାବିଲା ପାଇଁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷାକର୍ମୀମାନେ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରିଚୟ ପତ୍ରକୁ ଯାଞ୍ଚ କରୁଛନ୍ତି । ପୁରୀରେ ମଧ୍ୟ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରିଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଥି ସହିତ ମନ୍ଦିର ଚତୁଃପାର୍ଶ୍ବରେ ବୋମା ନିରୋଧି ଦଳ ତନ୍‌ତନ୍ କରି ଯାଞ୍ଚ କରୁଛନ୍ତି । ଡଗ୍ ସ୍ମାର୍ଡ ମଧ୍ୟ ମୁତୟନ କରାଯାଇଛି । ସେପଟେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.