ମାଘ ସପ୍ତମୀ ପାଇଁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଏସ୍‌ପି

କୋଣାର୍କ : ଆସନ୍ତା ଶନିବାର ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ଼ । ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ପୂର୍ବ ରାତିରୁ ଚନ୍ଦ୍ରଭାଗା ମେଳା ପଡିଆକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିବ । ଏଥର ତିନି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଶନିବାର ପୂର୍ବାହ୍ନରେ ଏସ୍‌ପି କେ ବିଶାଲ ସିଂ ଚନ୍ଦ୍ରଭାଗାରେ ପହଂଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଭୁବନେଶ୍ୱର, ପୁରୀ ଓ କାକଟପୁରରୁ ଆସୁଥିବା ଯାନବାହାନ ନିୟନ୍ତ୍ରଣ, ପାର୍କିଂ, ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବ୍ୟାରିକେଡ଼ ବ୍ୟବସ୍ଥା, ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ପାଇଁ ପ୍ରବେଶ ଓ ପ୍ରସ୍ତାନ ବ୍ୟବସ୍ଥା, ମେଳା ପଡ଼ିଆରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ମାଘ ସପ୍ତମୀ ପୂର୍ବ ଦିନ ୨ଟାରୁ ହେଲିପ୍ୟାଡରେ ସମସ୍ତ ଯାନବାହାନ ପାର୍କିଂ କରିବ । ଏସ୍‌ପିଙ୍କ ସହିତ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିମାପଡା ଏସ୍‌ଡିପିଓ ଦେବାଶିଷ ମିଶ୍ର, ଗୋପ ତହସିଲଦାର ଶେଖ ସାଗିର, ନିମାପଡ଼ା, କୋଣାର୍କ, ଚନ୍ଦ୍ରଭାଗା ମେରାଇନ ଓ ରାମଚଣ୍ଡୀ ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.